କନକ ବ୍ୟୁରୋ : ଥାନା ଅଧିକାରୀଙ୍କ ଇଂରେଜ ଶାସନ । ବିନା ଦୋଷରେ ଯୁବକଙ୍କୁ ମାଡ । କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସମ୍ପକୀୟଙ୍କୁ ସାହାଯ୍ୟ କରିବାକୁ ଥାନାକୁ ଯାଇଥିବା ମନୋରଞ୍ଜନ ଦଳାଇଙ୍କୁ ବିନା ଦୋଷରେ ଥାନା ଅଧିକାରୀ ଜ୍ୟୋତି ସାମନ୍ତ ରାୟ ମାଡ ମାରିଥିଲେ । ଯାହାର ଫଟୋ ସାମ୍ନାକୁ ଆସିଛି ।

Advertisment

କିପରି ପୁଲିସ ମାଡରେ ତାଙ୍କ ଶରୀରରେ ଦାଗ ପଡିଯାଇଛି । ମନୋରଞ୍ଜନ ମାଡ ଖାଇ ପ୍ରଥମେ ମାର୍ଶାଘାଇ ପରେ କେନ୍ଦ୍ରାପଡା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ୪ ତାରିଖରେ ଘଟିଥିବା ଏହି ଘଟଣା ବିରୋଧରେ ପରିବାର ଲୋକ ଏସଡିପିଓ ଏବଂ ଏସପିଙ୍କୁ ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।