କନକ ବ୍ୟୁରୋ : ଅପକମିଙ୍ଗ ବଲିଉଡ ଫିଲ୍ମ ହିରୋ ପନ୍ଥି ୨ ର ଟ୍ରେଲର ରିଲିଜ ହୋଇଛି । ଟେଲର ଟି ରିଲିଜ ହେବାର କିଛି ସମୟ ମଧ୍ୟରେ ଅନେକ ଭଲପାଇବା ଓ ପ୍ରଶଂସା ସାଉଁଟିଛି । ଫିଲ୍ମରେ ବଲିଉଡ ଅଭିନେତା ଟାଇଗର ଶ୍ରଫ୍, ନବାଜୁଦ୍ଧିନ ସିଦ୍ଧିକି, ଅଭିନେତ୍ରୀ ତାରା ସୁତାରିଆ ଓ ଅମ୍ରିତା ସିଂଙ୍କୁ ପ୍ରମୁଖ ଭୁମିକାରେ ଦର୍ଶକ ଦେଖିବାକୁ ପାଇବେ । ସାଇବର କ୍ରାଇମକୁ ନେଇକି ଫିଲ୍ମର କାହାଣୀ ଗତିଶୀଳ ହୋଉଛି । ଫିଲ୍ମରେ ଜଣେ କମ୍ପ୍ୟୁଟର ଏକ୍ସପାର୍ଟ ଭୂମିକାରେ ନଜର ଆସିବେ ଅଭିନେତା ଟାଇଗର ଶ୍ରଫ୍ ।

Advertisment

publive-image

ସେହିପରି ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ଜଣେ ସାଇବର କ୍ରାଇମ ଅପରାଧୀ ଚରିତ୍ରରେ ଦର୍ଶକଙ୍କ ମନୋରଂଜନ କରବେ । ଫିଲ୍ମ ହିରୋପନ୍ତି ୨ ର ପ୍ରୟୋଜନା ସାଜଦ ନାଡିଆଡୱାଲା କରିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ଏହମଦ ଖାନ । ଆସନ୍ତା ଏପ୍ରିିଲ ୨୯ ତାରିଖରେ ସିନେମା ଘରରେ ରିଲିଜ ହେବାକୁ ଯାଉଛି ଫିଲ୍ମ ହିରୋପନ୍ଥି -୨ ଆକ୍ସନ ଥ୍ରିଲର ଓ ରୋମାଂସ ଭରା ଏହି ଫିଲ୍ମକୁ ଦେଖିବାପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି ।