ଦିଲ୍ଲୀ ଓ ଗୁଜୁରାଟରୁ ବହୁ ପରିମାଣର ହେରୋଇନ୍ ଜବତ୍ । ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା, ଅଭିଯୁକ୍ତ ଗିରଫ୍ ।

86

କନକ ବ୍ୟୁରୋ : କରୋନା କାଳରେ ବି ଦେଶରେ ଚାଲିଛି ଶହ ଶହ କୋଟି ଟଙ୍କାର ନିଶାଦ୍ରର୍ବ୍ୟ ହେରୋଇନ୍ କାରବାର । ଆଜି ଦିଲ୍ଲୀ ବିମାନବନ୍ଦରରେ ତନଖି ବେଳେ ୧୪ କିଲୋ ହେରୋଇନ୍ ଜବତ କରାଯାଇଛି । ଜବତ୍ ହେରୋଇନର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି । ଡ୍ରଗ୍ସ ନେଇ ଯାଉଥିବା ଜାମ୍ବିଆନ ନାଗରିକଙ୍କୁ ଦିଲ୍ଲୀ ଏୟାରପୋର୍ଟ ପୋଲିସ ଗିରଫ୍ କରିଛି ।

ସେହିଭଳି ଗୁଜୁରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ (ଏଟିଏସ୍) ଦ୍ୱାରା ୩୦ କିଲୋ ହେରୋଇନ୍ ଜବତ କରାଯାଇଛି । ଏଟିଏସ୍ ଓ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଚଢାଉ କରାଯାଇ ଏକ ପାକିସ୍ତାନୀ ଡଙ୍ଗାରୁ ୩୦ କିଲୋ ହେରୋଇନ୍ ଜବତ କରିବା ସହ ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ୍ କରିଛି ।

କହିରଖୁ କି ପୂର୍ବବର୍ଷ ଗୁଜୁରାଟ ଏଟିଏସ୍ କୁ ଗୁପ୍ତ ସୂଚନା ମିଳିଥିଲା କି ପାକିସ୍ତାନରୁ ମାଛ ଧରିବାକୁ ଆସୁଥିବା ଧିବରମାନେ ଡଙ୍ଗା ସହାୟତାରେ ହେରୋଇନ କାରବାର କରୁଛନ୍ତି । ଏହି ସୂଚନା ଆଧାରରେ ଗୁଜୁରାଟ ତଟରକ୍ଷୀ ବାହିନୀ ଓ ଏଟିଏସ ସମୁଦ୍ର ସୀମାରେ ଚଢାଉ କରି ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ୍ କରିବା ସହ ୩୫ କିଲୋ ହେରୋଇନ୍ ଜବତ କରିଥିଲା । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଯାହାର ମୂଲ୍ୟ ୧୭୫ କୋଟି ଟଙ୍କା ବୋଲି କୁହାଯାଇଥିଲା ।