ପଲସର-ଆପାଚି ସହ ମୁକାବିଲା କରିବ ହିରୋ କମ୍ପୀନୀ । ବଜାରକୁ ଆସୁଛି ୨ଶହ ସିସିର ନୂଆ ଗାଡି

130

ଦୁଇଚକିଆ ଯାନ ବଜାଜ ପଲସର ଓ ଟିଭିଏସ ଆପାଚିକୁ ମୁକାବିଲା କରିବ ହିରୋ କମ୍ପାନୀ । ଦେଶର ସବୁଠାରୁ ବଡ ଦୁଇ ଚକିଆ ଯାନ କମ୍ପାନୀ ହିରୋ ମୋଟରକର୍ପ ଭାରତରେ ଲଂଚ କରିଛି ଏଳ୍ସଟ୍ରିମ ୨୦୦ଆର । ବର୍ତମାନ ଏହି ବାଇକର ମୂଲ୍ୟ ବିଷୟରେ କିଛି କୁହାଯାଇନାହିଁ କିନ୍ତୁ ଏହାର ମୂଲ୍ୟ ଏକ ଲକ୍ଷରୁ କମ ରହିବ ବୋଲି ଆଶା କରାଯାଉଛି ।

୨ଶହ ସିସି ବିଶିଷ୍ଟ ଏହି ବାଇକରେ ଗୋଟିଏ ଏୟାରକୁଲଡ ଇଂଜିନ ରହିଛି । ଏଥିରେ ପାଂଚଟି ଗିଅର ରହିଛି । କମ୍ପାନୀ କହିବାନୁସାରେ, ଗାଡି ସର୍ବାଧିକ ୧୧୪ କିଲୋମିଟର ବେଗରେ ଯାଇପାରିବ । ମାତ୍ର ୪.୬ ସେକେଣ୍ଡରେ ୦ରୁ ୬୦ କିଲୋମିଟର ଗତିରେ ଯାଇପାରିବ ।

ଏକ୍ସଟ୍ରିମରେ ଏଲଇଡି ଲାଇଟ ସହ ଡିଜିଟାଲ ଉପକରଣ ଓ ଆଲଏ ହ୍ୱିଲ ବ୍ୟବହାର କରାଯାଇଛି । ଉଭୟ ଆଗ ଓ ପଛ ଚକରେ ଲାଗିଛି ଡିସ୍କ ବ୍ରେକ ।

ପାଂଚୋଟି ରଙ୍ଗରେ ନୂଆ ଗାଡି ବଜାରରେ ଉପଲବ୍ଧ ହେବ । ଫେବୃୟାରୀ ୭ରେ ହେବାକୁ ଥିବା ଅଟୋ ଫେୟାରରେ କମ୍ପାନୀ ନୂଆ ଗାଡିର ମୂଲ୍ୟ ଘୋଷଣା କରିବ । ବଜାରକୁ ଆସିଲା ପରେ ପ୍ରତିଯୋଗୀଙ୍କ ନିଦ ହଜାଇବ ୨ଶହ ସିସି ବିଶିଷ୍ଟ ଗାଡି । ବଜାଜ ପଲସର ଓ ଟିଭିଏସ ଆପାଚି ୨୦୦ ସହ ଫୁଲ ଦମରେ ମୁକାବିଲା କରିବ ।