୩ ଚକିଆ ଭିତରୁ ବାହାରିବ ୨ ଚକିଆ । ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ହିରୋ ମୋଟୋକର୍ପର ନୂଆ ଇଲେକ୍ଟି ଯାନ ।

371

କନକ ବ୍ୟୁରୋ: ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତନ । ୩ ଚକିଆ ଭିତରୁ ବାହାରିବ ୨ ଚକିଆ ଗାଡ଼ି । ହିରୋ ମୋଟୋକର୍ପର ଇଲେକ୍ଟି ଯାନ କରିବ ବଜାରରେ ଚମତ୍କାର । ଏହା ଏକ ତିନି ଚକିଆ ଯାନ ହୋଇଥିବା ବେଳେ ସେଥିରୁ ୩ ମିନିଟରେ ଏକ ଦୁଇ ଚକିଆ ଯାନ ବାହାର କରାଯାଇପାରିବ । ହିରୋ ପକ୍ଷରୁ ଏହି ଗାଡ଼ିର ନାମ ରଖାଯାଇଛି ସର୍ଜ ।

ରାଜସ୍ଥାନ ଜୟପୁରରେ କମ୍ପାନୀ ତରଫରୁ ମଡେଲର ଉପସ୍ଥାପନ କରାଯାଇଛି । ଏହା ୩ ଚକିଆ ଯାନ ସମେତ ଇଲେକ୍ଟ୍ରି ସ୍କୁଟର ଭଳି କାମ କରିବ । ତିନି ଚକିଆ ଯାନ ଭିତରେ ଇଲେକ୍ଟ୍ରି ସ୍କୁଟର ରହିଛି । ମାଲବାହୀ ଯାନ ଭାବେ ତିନି ଚକିଆକୁ ବିକାଶ କରାଯାଇଛି ଏବଂ ତା ‘ ଭିତରେ ୨ ଚକିଆକୁ ରଖାଯାଇଛି । ସର୍ଜ ଏସ ୩୨ ମଡେଲଟି ତିନି ଚକିଆ ଭାବେ କାମ କରିବ ଘଂଟା ପିଛା ସର୍ବାଧିକ ୪୫ କିମି ବେଗରେ ଆଗକୁ ବଢ଼ିବ । ଇଲେକ୍ଟ୍ରି ସ୍କୁଟରର ଗତି ଘଂଟା ପିଛା ୬୦ କିମି ବେଗରେ ଗଡ଼ିବ ।