କନକ ବ୍ୟୁରୋ: ପୃଥିବୀର ଏକ ନମ୍ବର ଟୁ-ହ୍ୱିଲର ବ୍ରାଣ୍ଡ ହିରୋ ତରଫରୁ ଭୁବନେଶ୍ୱରଠାରେ ଏକ ନୂତନ ଡିଲରସିପ ‘ଅରୁନ୍ଧତୀ ହିରୋ’ର ଶୁଭାରମ୍ଭ ହୋଇଛି । ବୁଧବାର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ହିରୋ ମୋଟକର୍ପର ଜାତୀୟ ସେଲସ ମୁଖ୍ୟ ଆଶୁତୋଷ ବର୍ମା ଏବଂ ପୂର୍ବ ଜୋନ୍ ମୁଖ୍ୟ ବି ସ୍ୱାମୀନାଥନଙ୍କ ଉପସ୍ଥିତିରେ ଏହା ଆରମ୍ଭ ହୋଇଛି ।
ଏହି ଅବସରରେ ଅରୁନ୍ଧତୀ ମୋଟରବାଇକସର ମ୍ୟାନେଜିଂ ପାର୍ଟନର ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ଅରୁନ୍ଧତୀ ଗ୍ରୁପ୍ ହିରୋ ମୋଟକର୍ପ ପରିବାର ସାଙ୍ଗରେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଯୋଡି ହୋଇ ସଫଳତାର ସହ ଗ୍ରାହକ ସେବା ଯୋଗାଇ ଆସୁଛି । ହିରୋ ମୋଟକର୍ପର ସବୋର୍ଚ୍ଚ ସମ୍ମାନ ‘ଭାରତ ଶ୍ରେଷ୍ଠ’ରେ ଦୁଇ ଥର ସମ୍ମାନୀତ ହେବାର ଗୌରବ ଲାଭ କରିପାରିଛି । ଦେଶ ବିଦେଶ ସ୍ତରରେ ହିରୋ ମୋଟକର୍ପ ଦ୍ୱାରା ୨୦ରୁ ଅଧିକ ଥର ପାଇଁ ସମ୍ମାନୀତ ହୋଇସାରିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଭୁବନେଶ୍ୱରବାସୀଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସେବା ଯୋଗାଇଦେବା ଆମର ପ୍ରାଥମିକତା ରହିବ । ଅନଲାଇନ ମୋଟରସାଇକେଲ୍ କିଣିବା, ସର୍ଭିସିଂ ଓ ବୁକିଂ ଭଳି ବ୍ୟବସ୍ଥା ସେଠାରେ ରହିବ । ତା ସହିତ ସିନିୟର ସିଟିଜେନ୍ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହିତ ହୋମ୍ ପିକଅପ୍ ଆଉ ଡେଲିଭରୀ ବ୍ୟବସ୍ଥା ରହିବ ।
ସୂଚନାଯୋଗ୍ୟ ଯେ, ୨୦ ବର୍ଷ ଧରି ବିଶ୍ୱର ଅଗ୍ରଣୀ ଟୁ-ହ୍ୱିଲର ମାନ୍ୟତା ପାଇଥିବା ହିରୋ ମୋଟକର୍ପ ନିଜର ବିସ୍ତ୍ୃତ ମୋଟର ସାଇକେଲ ବର୍ଗମାଳା, ସମସ୍ତ ବର୍ଗମାଳା ଉପରେ ପାଞ୍ଚ ବର୍ଷର ୱାରେଣ୍ଟି ସହ ଲୋ-ମେଣ୍ଟେନାନ୍ସ କଷ୍ଟ, ଉଚ୍ଚ ରି-ସେଲ ଭାଲ୍ୟୁ , ପୃଥିବୀର ବୃହତ୍ତମ କଷ୍ଟମର ରିଲେସନ ମ୍ୟାନେଜମେଣ୍ଟ ପୋଗ୍ରାମ ସେବା ତାର ୬ ହଜାରରୁ ଅଧିକ ଟଚ୍ ପଏଣ୍ଟ ଦ୍ୱାରା ଯୋଗାଇ ଦେଇ ଶହେ ମିଲିୟନରୁ ଅଧିକ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିବାର ରେକର୍ଡ କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/WhatsApp-Image-2021-07-14-at-15.09.04.jpeg)