କନକ ବ୍ୟୁରୋ : ମାଆ ହେବେ ନେହା କକ୍କର । ନିକଟରେ ନେହା ନିଜ ପ୍ରସଂଶକମାନଙ୍କୁ ଖୁସି ଖବର ଦେଇଛନ୍ତି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ନେହା ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଇନଷ୍ଟାଗାମ ନେହା ଏକ ବେବିବମ୍ପ ଫଟୋ ଶେୟାର କରିଛନ୍ତି । ଫଟୋକୁ ଶେୟାର କରିବା ସହ ଖୟାଲ ରଖା କରୋ, କ୍ୟାପସନ ଲେଖିଥିବା ବେଳେ ରୋହନ ଏଥିରେ କମେଂଟ ଦେଇ ଏଣିକି ଅଧିକ ଯତ୍ନ ନେବାକୁ ପଡିବ ବୋଲି ପୋଷ୍ଟ କରିଛନ୍ତି ।
ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ । ସୂଚନାନୁସାରେ ୩୨ ବର୍ଷୀୟା ନେହା ୨୪ ଅକ୍ଟୋବର ୨୦୨୦ରେ ହିଁ ଗାୟକ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ । ବିବାହ ପରେ ହନିମୁନ୍ ପାଇଁ ଦୁବାଇ ଯାଇଥିଲେ ନବବଧୂ ।
ବିବାହର ପରେ ସେ ଏବେ ରିୟଲିଟି ସୋ ଇଣ୍ଡିଆନ ଆଇଡର ୧୨ର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଇଣ୍ଡିଆନ ଆଇଡଲରେ ନେହା ପ୍ରତିଯୋଗୀ ଥିଲେ । ଯାହାକୁ ଏବେ ସେ ମୁଖ୍ୟ ଜଜ୍ ହୋଇ ପ୍ରତିଯୋଗୀଙ୍କୁ ଚୟନ କରୁଛନ୍ତି । କେବଳ ସେତିକି ନୁହେଁ ନେହା ଏସିଆର ୧୦୦ଜଣ ପ୍ରତିଭାଶାଳୀ ଡିଜିଟାଲ ତାରକାଙ୍କ ମଧ୍ୟରେ ବି ସ୍ଥାନ ପାଇଛନ୍ତି । ବର୍ତ୍ତମାନ ସେ ଏବେ ଯୁବ ଗୀତିକାରଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/35-9.jpg)
/kanak/media/post_attachments/wp-content/uploads/2020/12/131454074_4239106536106402_5739382381234463450_n-1.jpg)
/kanak/media/post_attachments/wp-content/uploads/2020/12/122443452_699318050966987_4455107846135952451_n.jpg)