ତାଲାବନ୍ଦ ସମୟରେ ଆପଣଙ୍କ ମୋବାଇଲ ଖରାପ ହୋଇଯାଇଛି କି? ତେବେ ଆଦୌ ବ୍ୟସ୍ତ ନହୋଇ ଘରେ ବସି ଏଭଳି କରନ୍ତୁ ଠିକ୍

Advertisment
ତାଲାବନ୍ଦ ସମୟରେ ଆପଣଙ୍କ ମୋବାଇଲ ଖରାପ ହୋଇଯାଇଛି କି? ତେବେ ଆଦୌ ବ୍ୟସ୍ତ ନହୋଇ ଘରେ ବସି ଏଭଳି  କରନ୍ତୁ ଠିକ୍

କନକ ବ୍ୟୁରୋ: ଲକ୍‌ଡାଉନ୍‌ ସମୟରେ ଅନେକ ଅସୁବିଧାର ସମାଧାନ ହୋଇପାରୁନାହିଁ। ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଆମକୁ ଅଧିକରୁ ଅଧିକ ସତର୍କ ହୋଇ ଚଳିବାକୁ ପଡୁଛି। ତେବେ ମୋବାଇଲ୍‌ ଏକ ଏପରି ଜିନିଷ ଯଦି ତାହା ଖରାପ ହୋଇଯାଏ ଅନେକ ଲୋକଙ୍କ ବୁଦ୍ଧି ବଣା ହୋଇଯାଏ। ଚାଲନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ରେ ମୋବାଇଲ୍‌ ଖରାପ ହୋଇଗଲେ ଆମେ କ’ଣ କରିବା।

• ଯଦି ଆପଣ ଆଇଫୋନ୍ ବ୍ୟବହାରକାରୀ ତେବେ ଆପଣଙ୍କ ଫୋନରେ କିଛି ଅସୁବିଧା ଥିଲେ ଆପଣ ଆପେଲ୍ ସପୋର୍ଟ ଆପ୍ରୁ କଷ୍ଟମର୍ କେୟାର୍‌ଙ୍କୁ କଲ୍ କରିପାରିବେ।

• ଏହି ଆପ୍ ଜରିଆରେ କଲ୍ କରି ଆପଣ ଫୋନ୍ ମାଧ୍ୟମରେ ଆବଶ୍ୟକୀୟ ସୂଚନା ପାଇପାରିବେ। ଘରେ ବସି ନିଜ ଫୋନ୍କୁ ଠିକ୍ କରିପାରିବେ।

• ଯଦି ଆପଣଙ୍କ ଫୋନ୍ ଭାଙ୍ଗି ଯାଇଛି ତେବେ ଆପଣ ଆପେଲ୍ ଆଇଡି ଖୋଲି ସେଠାରୁ ଷ୍ଟୋର୍ ସର୍ଚ କରି ଷ୍ଟୋର୍କୁ ଯାଇପାରିବେ।

• ଯଦି ଆପଣ ଆଣ୍ଡ୍ରଏଡ୍ ବ୍ୟବହାରକାରୀ ତେବେ ତେବେ ଆପଣଙ୍କୁ କଷ୍ଟମର୍ କେୟାର୍ଙ୍କୁ ଯୋଗାଯୋଗ କରି ନିଜ ସମସ୍ୟା କହିବାକୁ ହେବ।

• ଆପେଲ୍ ପରି ଆଣ୍ଡ୍ରଏଡ୍ କମ୍ପାନିର ସେପରି ଷ୍ଟୋର୍ ଉପଲବ୍ଧ ହେବ ନାହିଁ। ଆପଣଙ୍କୁ ଆପଣଙ୍କ ଫୋନ୍ କମ୍ପାନିର କଷ୍ଟମର୍ କେୟାରଙ୍କୁ କଲ୍ କରି ଆବଶ୍ୟକୀୟ ସୁବିଧା ମାଗିବାକୁ ହେବ। ଆପଣଙ୍କ ଫୋନ୍ କଭର୍ ଉପରେ କଷ୍ଟମର୍ କେୟାର୍ ନମ୍ବର ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe