କନକ ବ୍ୟୁରୋ : ଯଦି ବର୍ତ୍ତମାନ ନିର୍ବାଚନ ହୁଏ ତେବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ର ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ୧୮ ରାଜ୍ୟର ୨୮୧ ଲୋକସଭା ଆସନରୁ ବିଜେପି ନେତୃତାଧିନ ଏନଡିଏ ୧୧୮ ଆସନ ହାସଲ କରିବ । ଆଉ ବିରୋଧୀ ମେଣ୍ଟ ଇଣ୍ଡିଆ ୧୧୦ ଆସନ ହାତେଇବ । ସେହିଭଳି ଉଭୟ ମେଣ୍ଟରେ ନଥିବା ଦଳ ବିଜେଡି, ବିଆରଏସ, ୱାଇଏସଆରସିପି ଭଳି ଦଳଗୁଡିକ ୫୪ଟି ଆସନ ଅକ୍ତିଆର କରିବେ ।

Advertisment

ଇଣ୍ଡିଆ ଟିଭି ସିଏନଏକ୍ସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇଛି । ୫୪ ହଜାର ୨୫୦ ଲୋକଙ୍କ ମତାମତ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ସର୍ଭେ ପ୍ରଥମ ଭାଗ ପ୍ରକାଶ ପାଇଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଭାଗ ଆସିବ । ପ୍ରଥମ ଭାଗ ସର୍ଭେରେ ୫ରୁ ଅଧିକ ରାଜ୍ୟରେ ବିଜେପିର ଦବଦବା ଦେଖିବାକୁ ମିଳିବ । ଦଳ ଆସମ, କର୍ଣ୍ଣାଟକ, ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସର୍ବାଧିକ ଭୋଟ ହାସଲ କରିବ । ଆସାମର ବିଜେପିକୁ ୪୨ ପ୍ରତିଶତ, କଂଗ୍ରେସକୁ ୨୯ ଏବଂ ଅନ୍ୟଦଳକୁ ୨୯ ପ୍ରତିଶତ ଭୋଟ ମିଳିବ । ସେହିପରି କର୍ଣ୍ଣାଟକରେ ବିଜେପିକୁ ୪୪ ପ୍ରତିଶତ ଏବଂ କଂଗ୍ରେସ ୪୦ ପ୍ରତିଶତ ଭୋଟ ପାଇବ ।

ଛତିଶଗଡ଼ରେ ବିଜେପିକୁ ୪୬ ଏବଂ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ ମିଳିବ । ରାଜସ୍ଥାନରେ ବିଜେପିକୁ ୪୯ ଏବଂ କଂଗ୍ରେସକୁ ୪୧ ପ୍ରତଶତ ଭୋଟ ମିଳିବ । ମଧ୍ୟପ୍ରଦେଶରେ ବିଜେପିକୁ ୪୮ ଓ କଂଗ୍ରେସକୁ ୪୧ ପ୍ରତିଶତ ଭୋଟ ମିଳିବ । ତେବେ ଓଡ଼ିଶାରେ ବିଜେଡିକୁ ୪୫ ପ୍ରତିଶତ, ବିଜେପିକୁ ୪୧ ଏବଂ କଂଗ୍ରେସକୁ ୧୧ ପ୍ରତିଶତ ଭୋଟ ମିଳିବ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହେବ । ଏହା ପରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି ।