ତିନି ଦିନ ପରେ ଆସିବ ବଜେଟ୍ ୨୦୨୨ : ବିଶେଷଜ୍ଞଙ୍କ ମତ ଲୋକଙ୍କୁ ସୁହାଇବା ଭଳି ବ୍ୟବସ୍ଥା କରିପାରନ୍ତି ସରକାର

200

କନକ ବ୍ୟୁରୋ : ଆଉ ମାତ୍ର ତିନି ଦିନ ପରେ ଆସିବ ବଜେଟ- ୨୦୨୨ । କରୋନା ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଏଥର ବଜେଟରେ ସରକାର କି ବ୍ୟବସ୍ଥା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ଦରଦାମ ମହଙ୍ଗା ଲୋକଙ୍କ ପକେଟ ଉପରେ ସିଧାସଳଖ ମାଡ କରିଥିବାରୁ କେମିତି ଦରଦାମରେ ଲଗାମ ଲାଗିବ ସରକାର ତାଉପରେ ବିଶେଷ ଧ୍ୟାନ ଦେବେ ବୋଲି ଆଶା ରଖିଛନ୍ତି ଜନତା । ବିଶେଷଜ୍ଞମାନେ କହିଛନ୍ତି ଲୋକଙ୍କ ଆର୍ଥିକ ସ୍ଥିତିରେ କିଭଳି ସୁଧାର ଆସିବ ତା ଉପରେ ଫୋକସ କରିପାରନ୍ତି ସରକାର ।

ସେପଟେ, ଏଥର ସଂକ୍ଷିପ୍ତ ବଜେଟ୍ ଆଣିପାରନ୍ତି ରାଜ୍ୟ ସରକାର । ପଂଚାୟତ ପରେ ପୌର ନିର୍ବାଚନ ହେବାକୁ ଥିବାରୁ ସଂକ୍ଷିପ୍ତ ବଜେଟ୍ ଆସିପାରେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ପୂର୍ବରୁ ମଧ୍ୟ ୩ ମାସିଆ ବଜେଟ୍ ଆସିଛି । ତେଣୁ ସଂକ୍ଷିପ୍ତ ବଜେଟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବାଚସ୍ପତି । ତେବେ ବଜେଟ୍ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।