ଆଇପିଏଲ ରିଟେନ୍ ତାଲିକା: ଦୁଇ ଜଣଙ୍କୁ ପଞ୍ଜାବ ରଖିଲା ରିଟେନ୍, ଜାଣନ୍ତୁ ଆଗାମୀ ଆଇପିଏଲ ପାଇଁ କାହାକୁ କେତେ ଟଙ୍କାର ରଖିଲା ଦଳ । 

226

କନକ ବ୍ୟୁରୋ : ଆଇପିଏଲ-୨୦୨୨ର ମେଗା ଅକ୍ସନ ପୂର୍ବରୁ ରିଟେନ୍ ଖେଳାଳୀ ତାଲିକା ଜାରି କରିଛି ପଞ୍ଜାବ କିଙ୍ଗ୍ସ । ଆଇପିଏଲ ମହାନିଲାମୀ ପୂର୍ବରୁ ପୁରୁଣା ୮ଟି ଫ୍ରାଞ୍ଚାଇଜ ନିଜ ମନପସନ୍ଦର ଖେଳାଳୀଙ୍କୁ ରିଟେନ କରିଛନ୍ତି । ଆଉ ଏହି କ୍ରମରେ ପଞ୍ଜାବ ମାତ୍ର ୨ ଖେଳାଳୀଙ୍କୁ ରିଟେନ କରିଛି ।

ମୟଙ୍କ ଅଗ୍ରୱାଲ ଓ ଅର୍ଶଦୀପ ସିଂହଙ୍କୁ ରିଟେନ କରିଛି ପଞ୍ଜାବ କିଙ୍ଗ୍ସ । ତେବେ ମୟଙ୍କଙ୍କୁ ପଞ୍ଜାବ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୨ କୋଟି ଟଙ୍କା ଦେଇ ଟିମରେ ରଖିଥିବା ବେଳେ ଅର୍ଶଦୀପଙ୍କୁ ଦ୍ୱିତୀୟ ପସନ୍ଦର ଖେଳାଳୀ ଭାବେ ୪ କୋଟି ଦେଇ ଦଳ ରିଟେନ କରିଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା କି ବିଗତ କିଛି ଆଇପିଏଲ ସଂସ୍କରଣରେ ଧୂଆଁଧାର ଫର୍ମରେ ଥିବା କେ.ଏଲ ରାହୁଲଙ୍କୁ ଦଳ ରିଟେନ ରଖିନି । ତେବେ ଏହିଭଳି ଭାବେ ଦଳ ଦୁଇ ଖେଳାଳୀଙ୍କୁ ରିଟେନ କରିବାକୁ ମୋଟ୍ ୧୬ କୋଟି ଟଙ୍କା ଖର୍ଚ୍ଚ କରିଛି ।