ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି : କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ, ଦେଖନ୍ତୁ ପୁରା ତାଲିକା . . . .

1,812

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ଖୋର୍ଦ୍ଧାରେ ୪୬ ଜଣ, ବାଲେଶ୍ୱର ଓ ଭଦ୍ରକରେ ୮ଜଣ ଲେଖାଁଏ, ଯାଜପୁରରେ ୭ ଜଣ, ସୁନ୍ଦରଗଡରେ ୩ ଜଣ, କେନ୍ଦ୍ରପଡା ଓ କଳାହାଣ୍ଡିରେ ୨ ଜଣ ଲେଖାଁଏ , କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆଜି ସକାଳେ ପୁଣି ୫ ଜଣଙ୍କଠାରେ କରୋନା ଭୁତାଣୁ ଠାବ ହୋଇଥିବା ବେଳେ ଗତକାଲି ରାଜ୍ୟରେ ମୋଟ୍ ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଅର୍ଥାତ୍ ରାଜ୍ୟରେ ୪୮ ଘଂଟା ମଧ୍ୟରେ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଜାରି ହୋଇଛି । ଅନ୍ୟପଟେ ସଂକ୍ରମିତଙ୍କ ଭିତରୁ ସର୍ବାଧିକ ଖୋର୍ଧା ଜିଲ୍ଲାରେ ୪୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲାରେ ୮ ଜଣଙ୍କର ନମୂନା ପଜିଟିଭ ଆସିଛି । କିଛି ଦିନ ତଳେ ଭଦ୍ରକରେ ୩ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତକାଲି ଆଉ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬ ଜଣ ସକ୍ରିୟ କରୋନା ରୋଗୀ ଥିବା ବେଳେ ୨ ଜଣ ସୁସ୍ଥ ହୋଇଚନ୍ତି । ଏପଟେ ଯାଜପୁରରେ ୭ ଜଣଙ୍କଠାରେ କରୋନା ଭୁତାଣୁ ଠାବ ହୋଇଛି । ଏମାନଙ୍କ ମଧ୍ୟରୁ ୬ ଜଣ ସକଂରିୟ କରୋନା ରୋଗୀ ଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାଲେଶ୍ୱରରେ ଆଜିର ୫ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ସୁନ୍ଦରଗଡରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ସକ୍ରିୟ ଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ରାପଡ଼ାରେ ୨ କରୋନା ରୋଗୀ ଠାବ ହୋଇଥିବା ବେଳେ ଦୁଇ ଜଣ ସକ୍ରିୟ ରୋଗୀ ଅଛନ୍ତି । କଳାହାଣ୍ଡିରେ ୨ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ସୁସ୍ଥ ହେଉଥିବା ବେଳେ ଜଣେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ପୁରୀରେ ଜଣେ କରୋନା ସଂକ୍ରମିତ ଭଲ ହୋଇଯାଇଛନ୍ତି । ଢ଼େଙ୍କାନାଳର କରୋନା ରୋଗୀ ଜଣକ ଚିକିତ୍ସିତ ହେଉଥିବା ବେଳେ କଟକ ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ।