ଆସିଲା ଯୁକ୍ତଦୁଇ ପ୍ରଥମ କଟଅଫ ମାର୍କ ତାଲିକା । ବିଜ୍ଞାନ, ବାଣିଜ୍ୟ ଓ କଳାରେ କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଆଗରେ : ୨୧ରୁ ୨୮ ତାରିଖ ଯାଏଁ ଚାଲିବ ନାମଲେଖା

373

କନକ ବ୍ୟୁରୋ : ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ ଅଫ ମାର୍କ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ କଟ ଅଫ ମାର୍କ ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଚଳିତ ବର୍ଷ ବିଜ୍ଞାନ, ବାଣିଜ୍ୟ ଓ କଳାରେ ରେଭେନ୍ସା ଆଗରେ ରହିଛି । ବିଜ୍ଞାନରେ ରେଭେନ୍ସାର କଟ ଅଫ ମାର୍କ ୮୯ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ୭୫.୮୩ ପ୍ରତିଶତ ଓକଳାରେ କଟ ଅଫ ମାର୍କ ୭୨. ୫ ପ୍ରତିଶତ ରହିଛି । ବିଜ୍ଞାନରେ ଦ୍ୱିତୀୟରେ ବିଜେବି ଓ ତୃତୀୟରେ ବ୍ରହ୍ମପୁରର ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିର ରହିଛି ।

କଳାରେ ବିଜେବି ଦ୍ୱିତୀୟ ସ୍ଥାନରେ ଓ ରାଉରକେଲାର ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ତୃତୀୟ ସ୍ଥାନରେ ରହିଛି । ବାଣିଜ୍ୟରେ ରାଉରକେଲା ଦ୍ୱିତୀୟ ଓ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ତୃତୀୟ ସ୍ଥାନରେ ରହିଛି । ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଆବେଦନ କରିଥିଲେ । ଆସନ୍ତା ୨୧ରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ଏହା ୨୮ ତାରିଖ ଯାଏଁ ଚାଲିବ । ପ୍ରତି ଏକ ଘଂଟାରେ ମାତ୍ର ୧୫ ଜଣ ନାମ ଲେଖାଇବାକୁ ଉପସ୍ଥିତ ରହିବେ । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ସହ ଥର୍ମାଲ ସ୍କ୍ରିନିଂ କରିବାକୁ ବାଧ୍ୟତାମୂଳକ କରାଯିବ । ଏହାପରେ ଅକ୍ଟୋବର ୩ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ।