କେମିତି ବଡ଼ବଡ଼ିଆଙ୍କୁ ନାଗଫାଶରେ ପକାଉଥିଲା ଅର୍ଚ୍ଚନା? ଏତଲାରେ ଲେଖାଯାଇଛି ବ୍ଲାକମେଲର ପୂରା କାହାଣୀ

କେମିତି ବଡ଼ବଡ଼ିଆଙ୍କୁ ନାଗଫାଶରେ ପକାଉଥିଲା ଅର୍ଚ୍ଚନା? ଏତଲାରେ ଲେଖାଯାଇଛି ବ୍ଲାକମେଲର ପୂରା କାହାଣୀ

କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କେମିତି ନାଗଫାଶ ପକାଇଥିଲା ଅର୍ଚ୍ଚନା । ଜଣେ ଯୁବତୀଙ୍କ ଜରିଆରେ ଦେଢବର୍ଷ ଧରି ଫାସ ପକାଇବା ପରେ ଅନ୍ତରଙ୍ଗ ମୂହୂର୍ତର ଭିଡିଓ କଏଦ କରି ହନିଟ୍ରାପ କରିଥିଲା । କେମିତି ଅକ୍ଷୟ ପରିଜାଙ୍କୁ ହନିଟ୍ରାପ କରାଯାଇଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା କପିରେ ଗୋଟି ଗୋଟି କରି ଲେଖାଯାଇଛି ଅର୍ଚ୍ଚନାର ବ୍ଲାକମେଲର କାହାଣୀ ।

ନଜର ପକାନ୍ତୁ କଣ କଣ ରହିଥିଲା ଅକ୍ଷୟ ପରିଜାଙ୍କ ଏତଲା କପିରେ--
-ଦେଢବର୍ଷ ତଳେ ଜଣେ ଯୁବତୀ ସୋସିଆଲ ମିଡିଆରେ ଅକ୍ଷୟଙ୍କ ସହ ବନ୍ଧୁତା କରିଥିଲେ
-ନିଜକୁ ଗରିବ କହି ଟଙ୍କା ସାହାଯ୍ୟ ପାଇଁ ନେହୁରା ହୋଇଥିଲେ
-ଫିଲ୍ମରେ କାମ ଦେବାକୁ ରାଜି ନ ହେବାରୁ ପାର୍ଲର ପାଇଁ ୫ ଲକ୍ଷ ମାଗିଥିଲେ ଯୁବତୀ
-ନଭେମ୍ବର ମାସରେ ଟଙ୍କା ଦେବାକୁ ରାଜି ହୋଇଥିଲେ ଫିଲ୍ମ ପ୍ରଯୋଜକ
- ସାଙ୍ଗେ ସାଙ୍ଗେ ଟଙ୍କା ନ ଦେବାରୁ ଯୁବତୀ ଖେଳିଥିଲେ ମାଷ୍ଟରକାର୍ଡ
-ଓକିଲ ସାଜି ଓକିଲାତି ଆରମ୍ଭ କରିଦେଇଥିଲେ ଅର୍ଚ୍ଚନା ନାଗ
-ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ସାମାଜିକ ଗଣମାଧ୍ୟମରେ ବଦନାମ କରିବାକୁ ଦେଇଥିଲେ ଧମକ
-ଏକ ଷ୍ଟାର ହୋଟଲେକୁ ଡାକି ଭିଡିଓ ଡିଲିଟ୍ ବାବଦକୁ ମାଗିଥିଲେ ୩ କୋଟି ଟଙ୍କା
-ଟଙ୍କା ଦେବାକୁ ମନା କରିବାରୁ କ୍ୟାରିଅର ବର୍ବାଦ କରିବା ସହ ହତ୍ୟା ଧମକ ଦେଇଥିଲେ

ନାଗଫାସର ଷଡଯନ୍ତ୍ରରେ ନିଜେ ଫସିଗଲେ ଅର୍ଚ୍ଚନା ନାଗ । ଯେଉଁ ଯୁବତୀଙ୍କୁ ମୋହରା କରି ହନିଟ୍ରାପର ଚକ୍ରାନ୍ତ କରୁଥିଲେ ସେହି ଯୁବତୀ ଜଣକ ପୁଲିସ ଆଗରେ ଅର୍ଚ୍ଚନାଙ୍କ ଅସଲ ମୁଖାକୁ ପଦାରେ ପକାଇଦେଲା । ଆଉ ନିଜେ ଯୁବତୀ ହିଁ ଖଣ୍ଡଗିରି ଥାନାରେ ଗୋଟି ଗୋଟି କରି ହନିଟ୍ରାପର କାହାଣୀ ପୁଲିସକୁ କହିଦେଲେ । ଯାହା ଅର୍ଚ୍ଚନା ପାଇଁ କାଳ ପାଲଟି, ଜେଲର କାଳ କୋଠରୀକୁ ଠେଲିଦେଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe