କରୋନା : ଦେଶରେ ୭୩ ଲକ୍ଷ ଅତିକ୍ରମ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୬୩ ହଜାର ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୮୬୫ ଜଣ ମୃତ

76
କନକ ବ୍ୟୁରୋ : ଦେଶରେ ଏବେ କମୁଛି ସଂକ୍ରମଣ ହାର । ଏହାରି ଭିତରେ କିନ୍ତୁ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୩ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରା ଦେଶରେ ୬୩ ହଜାର ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୮୯୫ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଛି ।
ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧କୁ ବଢି ଯାଇଛି । ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୮ ଲକ୍ଷ ୪ ହଜାର ୫୨୮ ରହିଛି । ୬୪ ଲକ୍ଷ ୫୩ ହଜାର ୭୮୦ ଜଣ ଚିକିତ୍ସା ପରେ ସୁସ୍ଥ ହେଲେଣି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।