ରାଜ୍ୟରେ ତଳମୁହାଁ କରୋନା ମିଟର  ।  ଗତ ୨୪ ଘଂଟାରେ ୩୦ ଜିଲ୍ଲାରୁ ୨୬ଶହ ୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

187

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ୨୬ଶହ ୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଶହ ୧୧ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ହଜାରେ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ କରୋନା ସଂଖ୍ୟା କମିଥିେଲେ ମଧ୍ୟ ଆଜିବି ଚିହ୍ନଟ ସଂକ୍ରମିତଙ୍କ ତାଲିକାରେ ଶୀର୍ଷରେ ରହିଛି ।

ଖୋର୍ଦ୍ଧାରୁ ୩୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୧୬, ବାଲେଶ୍ୱରରୁ ୧୬୪, କଟକରୁ ୨୦୯, ଯାଜପୁରରୁ ୧୧୩, ମୟୁରଭଂଜରୁ ୧୨୨, ସୁନ୍ଦରଗଡ଼ରୁ ୧୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨ ଲକ୍ଷ ୫୯ ହଜାର ୫୪୧ରେ ପହଂଚିଛି ।

୨୫ ହଜାର ୪୨୮ ଜଣ ସକ୍ରିୟ ଥିବା ବେଳେ ୨ ଲକ୍ଷ ୩୨ ହଜାର ୯୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ୭୨କୁ ବୃଦ୍ଧି ପାଇଛି ।