ଆସିଲା ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ: ପଢନ୍ତୁ କାହା ଉପରେ କଟକଣା, କଣ ହେଲା କୋହଳ?

3,999

କନକ ବ୍ୟୁରୋ: ଡିସେମ୍ବର ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟତଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି ।

ସେହିପରି ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି କାର୍ଯ୍ୟକ୍ରମ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଲେ ସରକାର । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା  ହୋଇଛି । ୩୧ ଡିସେମ୍ବର ଓ ୧ ଜାନୁଆରୀ ପାଇଁ ଏହି କଟକଣା ରହିବ ।