କନକ ବ୍ୟୁରୋ: ପ୍ରଧାମମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପାଖରେ କେତେ ସମ୍ପତ ରହିଛି, ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଏବଂ ଏହାରି ଭିତରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ନିଜ ସମ୍ପତିର ତାଲିକା ପ୍ରକାଶ କରିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନିଜର ସମ୍ପତି ତାଲିକା ପ୍ରକାଶ କରିବାପରେ ତାଙ୍କ ସରଳତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ବର୍ଷ ଭିତରେ ମୋଦୀଙ୍କ ସମ୍ପତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ମୋଦୀଙ୍କ ମୋଟ ସମ୍ପତିର ମୂଲ୍ୟ ହେଉଛି ୨ କୋଟି ୨୩ ଲକ୍ଷ । ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ପତିରେ କଣ କଣ ରହିଛି ତା ଉପରେ ନଜର ପକାଇନିଅନ୍ତୁ ।
- ମୋଦୀଙ୍କ ପାଖରେ ନାହିଁ ନିଜସ୍ୱ ଜମି କିମ୍ବା ଘର
-ଗୁଜରାଟରେ ଥିବା ଗୋଟିଏ ଜମିକୁ ଦାନ କରିଛନ୍ତି ମୋଦୀ
- ଯେତିକି ସମ୍ପତ୍ତି ଅଛି, ବ୍ୟାଙ୍କ ଜମା ଆକାରରେ ରହିଛି
- ନଗଦ ୩୫ହଜାର ୨୫୦ ଟଙ୍କା ରହିଛି
- ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ନିଜସ୍ୱ କାର ନାହିଁ
- ୧ ଲକ୍ଷ ୭୩ ହଜାରର ୪ଟି ସୁନା ମୁଦି ରହିଛି
ସମ୍ପତି ତାଲିକାର ଶୀର୍ଷରେ ରହିଛନ୍ତି ସିନ୍ଧିଆ ରାଜପରିବାରର ପୁଅ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ଘରର ମୂଲ୍ୟ ହି ସର୍ବାଧିକ । ଏଥିସହ ଅନ୍ୟ ମନ୍ତ୍ରୀ ମଧ୍ୟ ନିଜ ସମ୍ପତି ତାଲିକାକୁ ପ୍ରାକାଶ କରିଛନ୍ତି ।
- ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଧନୀ ମନ୍ତ୍ରୀ ଭାବରେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କର ସମ୍ପତି ତାଲିକା ଉପରେ ନଜର ପକାଇବା ।
-ମୋଟ୍ ସମ୍ପତିର ମୂଲ୍ୟ ୩୫ କୋଟି ୬୩ ଲକ୍ଷ ଟଙ୍କାର
- ଜ୍ୟୋତିରାଦିତ୍ୟଙ୍କ ଘରର ମୂଲ୍ୟ ୩୧ କୋଟି ୯୭ ଲକ୍ଷ ଟଙ୍କା
- ମ୍ୟୁଚୁଆଲ୍ ଫଣ୍ଡରେ ୩୦ ଲକ୍ଷ ଟଙ୍କାର ନିବେଶ ରହିଛି
- ସିନ୍ଧିଆଙ୍କ ପତ୍ନୀଙ୍କ ପାଖରେ ୭୫ ଲକ୍ଷ ୧୬ ହଜାର ଟଙ୍କା ରହିଛି
- ମୋଟର ଯାନର ମୂଲ୍ୟ ୩ କୋଟି୬୫ଲକ୍ଷ
ଠିକ ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୋଟ ସମ୍ପତି ହେଉଛି ୨ କୋଟି ୨୮ ଲକ୍ଷ ଟଙ୍କା ।
- ଗାଜିଆବାଦ ସ୍ଥିତ ଘରର ମୂଲ୍ୟ ୯୧ ଲକ୍ଷ ଟଙ୍କା
- ଅନୁଗୁଳରେ ୨୪ ଲକ୍ଷ ଟଙ୍କାର ଘରବାଡି
- ୬ ଲକ୍ଷ ଟଙ୍କାର ଚାଷ ଜମି
- ୧୪ ଲକ୍ଷ ଟଙ୍କାର ପିପିଏଫ୍,
- ୫୦ ଲକ୍ଷ ଟଙ୍କାର ମ୍ୟୁଚୁଆଲ ପାଣ୍ଠି,
-୯୫ ହଜାର ଟଙ୍କାର ମୋଟର ଯାନ
- ପତ୍ନୀଙ୍କ ନାଁରେ ୩କୋଟି ୧୫ ଲକ୍ଷ ଟଙ୍କା