ବିନା ସୂଚନାରେ ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କୁ ସରକାରଙ୍କ କଡା ଚେତାବନୀ: ଆସିବା ପୂର୍ବରୁ ସୂଚନା ଦେବାକୁ ନିର୍ଦ୍ଦେଶ; ବିନା ସୂଚନାରେ ଟ୍ରେନରେ ଆସିଲେ ମିଳିବନି ମାଗଣା ଟିକଟ ସୁବିଧା, ଭୋଗିପାରନ୍ତି ନାନା ଅସୁବିଧା

499

କନକ ବ୍ୟୁରୋ: ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ରାଜ୍ୟକୁ ଆସିବା ପୂର୍ବରୁ ଦିଅନ୍ତୁ ଆଗୁଆ ସୂଚନା । ନଚେତ ମିଳିବନି ସରକାରୀ ସୁବିଧା । ସେହିଭଳି ବିନା ସୂଚନାରେ ଆସୁଥିବା ଟ୍ରେନରେ ଆସିଲେ ଯାତ୍ରୀଙ୍କୁ ମିଳିବନି ମାଗଣା ଟିକେଟ ବ୍ୟବସ୍ଥା । କାରଣ ବିନା ସୂଚନାରେ ରାଜ୍ୟକୁ ପ୍ରବାସୀ ଓଡିଆ ଆସିବା ଫଳରେ ଅନେକ ସମସ୍ୟା ହେଉଛି । ଏମାନେ ବିନା ସୂଚନାରେ ଆସୁଥିବାରୁ ସରକାରଙ୍କ ସୁବିଧା ଏମାନଙ୍କୁ ମିଳିନପାରେ । ମାଗଣା ଟିକଟ ସୁବିଧା ଏମାନେ ପାଇନପାରନ୍ତି ବୋଲି କଡା ଚେତାବନୀ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଏସଆରସିଙ୍କ ସୂଚନା ଅନୁସାରେ, ଏବେ ରାଜ୍ୟକୁ ଗଡୁଛି ଶ୍ରମିକ ସ୍ପେଶାଲ ଟ୍ରେନ୍ । ତେବେ ବିନା ସୂଚନାରେ ରାଜ୍ୟକୁ କିଛି ପ୍ରବାସୀ ଓଡିଆ ଯାତ୍ରା କରୁଛନ୍ତି । ଏନେଇ ଅଧିକ ସତର୍କ ହେବାକୁ କହିଛନ୍ତି ଏସଆରସି । କାରଣ ଏହା ଫଳରେ ଅନେକ ସମସ୍ୟା ହେଉଛି । ବିନା ସୂଚନାରେ ଆସୁଥିବାରୁ ଏହି ପ୍ରବାସୀ ଶ୍ରମିକଙ୍କୁ ସରକାରଙ୍କ ସୁବିଧା ଏମାନଙ୍କୁ ମିଳିନପାରେ । ମାଗଣା ଟିକଟ ସୁବିଧା ଏମାନେ ପାଇନପାରନ୍ତି । କାରଣ ଏମାନେ ବିନା ସୂଚନାରେ ଆସୁଥିବାରୁ ଏମାନଙ୍କ ପାଇଁ ହଠାତ୍ କିଛି ବ୍ୟବସ୍ଥା କରାଯାଇ ପାରୁନି । ତେବେ କୌଣସି ଲୋକଙ୍କ ଠାରେ କିଛି କରୋନା ଲକ୍ଷଣ ଦେଖା ଦେଲେ , କିଂବା ଅସୁସ୍ଥ ଅନୁଭବ କଲେ ସିଧାସଳଖ ଡାକ୍ତରଖାନାକୁ ନ ଯାଇ ୧୦୪ରେ ଫୋନ୍ କରିବାକୁ ସରକାର କହିଛନ୍ତି । ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଏବେ ହୋମ୍ କ୍ୱାରେଂଟିନ୍ ରେ ରହିପାରିବେ । ଯଦି ଘରେ ରହିବା ନେଇ ସମସ୍ୟା ରହିଛି ତେବେ ସେ ହୋଟେଲ କ୍ୱାରେଂଟିନରେ ରହିପାରିବେ । କିନ୍ତୁ ଏହି ହୋଟେଲ କ୍ୱାରେଂଟିନର ଖର୍ଚ ତାଙ୍କୁ ବହନ କରିବାକୁ ପଡିବ । ଏହି ଖର୍ଚ ରାଜ୍ୟ ସରକାର ପ୍ରଦାନ କରିପାରିବେ ନାହିଁ ।

ଅନ୍ୟପଟେ, ଆସନ୍ତାକାଲି ଠାରୁ ରାଜ୍ୟରେ ଗଡିବ ବସ୍ । ସିଟି ବସ୍ ବି ଗଡିବ । ଜିଲ୍ଲାକୁ ଜିଲ୍ଲା ଓ ସହର ଗୁଡିକ ମଧ୍ୟରେ ବସ୍ ଚଳାଚଳ କରିପାରିବ । ତେବେ ବସ୍ ଗୁଡିକରେ ସିଟିଂ କ୍ଷମତାରୁ ଅଧିକ ଯାତ୍ରୀ ନନେବାକୁ ଅନୁରୋଧ କରିଛନ୍ତି ଏସଆରସି । ବସ୍ ଯାତ୍ରା ସମୟରେ ଗାଡିରେ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ଯାତ୍ରୀ ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ତିନି ଚକିଆ ଓ ଚାରି ଚକିଆ ଗାଡି କାଲି ଠାରୁ ଚଳାଚଳ କରିପାରିବ । ସହରାଂଚଳ ଠାରୁ ଗ୍ରାମାଂଚଳ ସବୁଠାକୁ ଗାଡି ଚଳାଚଳ କରିପାରିବ । ଏହି କ୍ଷେତ୍ରରେ ବଡ କଟକଣା ହେଉଛି ଡ୍ରାଇଭରକୁ ବାଦ୍ ଦେଲେ ଗାଡିରେ କେବଳ ୨ ଜଣ ଯାଇପାରିବେ । ଏନେଇ ସରକାର ନିୟମ କଡାକଡି କରିଛନ୍ତି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଓଲା ଏବଂ ଓବେରୋ ୨୪ ଘଂଟିଆ ଚଳାଚଳ କରିପାରିବେ । ଆସନ୍ତାକାଲି ଠାରୁ ଓଲା ଏବଂ ଓବେରୋ ଚଳାଚଳ କରିପାରିବ । ସେହିପରି ଆସନ୍ତାକାଲି ଠାରୁ ରାଜ୍ୟରେ ଟ୍ରେନ ସେବା ଆରମ୍ଭ ହେବ । ଟ୍ରାନ୍ସପୋର୍ଟ ନିୟମ ଉଲଂଘନ କଲେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ନିୟମ ଆଧାରରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସଆରସି କହିଛନ୍ତି ।