ଭାରତର ସେମିଫାଇନାଲ ଆଶା ଏବେ ବି ଉଜ୍ଜୀବିତ : ଆଫଗାନିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଛି ଟିମ ଇଣ୍ଡିଆର ଭାଗ୍ୟ

 କିୱି ଦଳ ହାରିଲେ, ଶେଷ ମ୍ୟାଚ ଜିତି ସେମିକୁ ଯାଇପାରେ ବିରାଟ ବାହୀନି

400

କନକ ବ୍ୟୁରୋ : ସ୍କଟଲ୍ୟାଣ୍ଡକୁ ଭାରତ ହରାଇବା ପରେ ସେମିଫାଇନାଲକୁ ଯିବା ପାଇଁ ଆଶା ଉଜ୍ଜୀବିତ ହୋଇଛି । ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ଭାରତ ହରାଇବା ପରେ ଏହି ଆଶା ଉଜ୍ଜୀବିତ ହୋଇଛି । ଭାରତକୁ କିନ୍ତୁ ସେମିଫାଇନାଲକୁ ଯିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମ୍ୟାଚ ଉପରେ ନିର୍ଭର କରିବାକୁ ହେବ । ଯଦି ଏଠାରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରୁଛି ତାହେଲେ ଯାଇ ଭାରତ ସେମିଫାଇନାଲ ଆଶା ଉଜ୍ଜୀବିତ ହେବ ।

ତେଣୁ ଆସନ୍ତାକାଲି ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଭାରତ ଗତକାଲି ପ୍ରଥମେ ବୋଲିଂ କରି ସ୍କଟଲ୍ୟାଣ୍ଡକୁ ୮୫ ରନରେ ଅଲଆଉଟ୍ କରି ଦେଇଥିଲା । ଏହାପରେ ଭାରତ ୭ ଓଭର ଭିତରେ ଧୂଆଁଧାର ବ୍ୟାଟିଂ କରି ବାଜିମାତ କରିଛି । ଯେଉଁଥିପାଇଁ ଭାରତର ନେଟ୍ ରନ୍ ରେଟ୍ +୧.୬୧୯ ହୋଇଛି । ପୂର୍ବରୁ ଭାରତ ଆଫଗାନିସ୍ତାନ ବିରୋଧରେ ବଜୟ ହାସଲ କରିଥଲ।। ତେଣୁ ଦୁଇଟି ମ୍ୟାଚ ଜିତି ଭାରତ ଏବେ ମୋଟ୍ ୪ ପଏଂଟ ହାସଲ କରିଛି । ହେଲେ ସେମିଫାଇନାଲକୁ ଯିବାକୁ ହେଲେ ଏବେ ଭାରତ ୨ ପଏଂଟ ପଛରେ ରହିଛି ।

ଅଷ୍ଟମ ଥର ପାଇଁ ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୌଣସି ଦଳ ୧୦୦ ରନ୍‌ ଭିତରେ ଆଲ୍ଆଉଟ୍ ହେଲା । ଯାହାକି ୨୦୧୪ ସଂସ୍କରଣ ସହିତ ସମକକ୍ଷ ହୋଇଛି । ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଭାରତ ବିପକ୍ଷରେ ତୃତୀୟ ଥର ଏକ ଦଳ ୧୦୦ ରନ୍‌ ତଳେ ସୀମିତ ରହିଲା । ଭାରତ ୨୦୧୨ରେ କଲମ୍ବୋରେ ଇଂଲଣ୍ଡକୁ ୮୦ ଏବଂ ୨୦୧୪ରେ ମୀରପୁରରେ ଅଷ୍ଟ୍ରେଲିଆକୁ ୮୬ ରନ୍‌ରେ ଅଲ୍‌ଆଉଟ୍ କରିଥିଲା ।

ସେହିଭଳି ଭାରତ ମଧ୍ୟ ୮୧ ବଲ୍ ବଳକା ଥାଇ ଜିତିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ । ୨୦୧୬ରେ ଭାରତ ମୀରପୁରରେ ୟୁଏଇକୁ ୫୯ ବଲ୍ ପୂର୍ବରୁ ଏବଂ ସେହିବର୍ଷ ହରାରେଠାରେ ଜିମ୍ବାୱେକୁ ୪୧ ବଲ୍‌ ପୂର୍ବରୁ ହରାଇଥିଲା । ବିଶ୍ବକପ୍‌ରେ କିନ୍ତୁ ୮୧ ବଲ୍ ବଳକା ବିଜୟ ତୃତୀୟ ସ୍ଥାନରେ ରହିଛି । ୨୦୧୪ରେ ଚଟ୍ଟଗାଁରେ ନେଦରଲାଣ୍ଡ୍ସକୁ ୯୦ ବଲ୍ ପୂର୍ବରୁ ଶ୍ରୀଲଙ୍କା ଏବଂ ଚଳିତ ସଂସ୍କରଣରେ ବାଂଲାଦେଶକୁ ୮୨ ବଲ୍‌ ପୂର୍ବରୁ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା ।

ସେମିଫାଇନାଲ ଗଣିତ

ସମୀକରଣ ୧- ନ୍ୟୁଜିଲ୍ୟାଣ୍ଡକୁ ହରାଇବ ଆଫଗାନିସ୍ତାନ

ସମୀକରଣ ୨- ନାମିବିଆକୁ ଭାରତ ବଡ଼ ଅନ୍ତରରେ ହରାଇବାକୁ ହେବ

ଏଭଳି ହେଲେ ତିନି ଦଳର ୬ ପଏଣ୍ଟ ରହିବ

ଏହାପରେ ନେଟ୍ ରନ୍ ରେଟକୁ ଦେଖି ସେମିଫାଇନାଲ କିଏ ଯିବ ଚୂଡାନ୍ତ ହେବ

ଏପରି ହେଲେ ଟିମ୍ ଇଣ୍ଡିଆର ନେଟ୍ ରନ୍ ରେଟ୍ ଅଧିକ ରହିଛି