ଫସଲ ଉଜାଡି ଦେଉଛନ୍ତି ହାତୀ ପଲ୍ଲ । ଜଳେଶ୍ୱର ରାଇବଣିଆରେ ୬୦ ଟିକିଆ ହାତୀପଲଙ୍କ ଦୌରାତ୍ମ୍ୟ ।

Advertisment
ଫସଲ ଉଜାଡି ଦେଉଛନ୍ତି ହାତୀ ପଲ୍ଲ । ଜଳେଶ୍ୱର ରାଇବଣିଆରେ ୬୦ ଟିକିଆ ହାତୀପଲଙ୍କ ଦୌରାତ୍ମ୍ୟ ।

କନକ ବ୍ୟୁରୋ:ଜଳେଶ୍ୱର ବ୍ଲକ ରାଇବଣିଆ ଅଂଚଳରେ ହାତୀପଲଙ୍କ ଉପଦ୍ରବ । ୬୦ ଟିକିଆ ହାତିପଲ ସର୍ଦାରବନ୍ଧ, ଉଲମାରା, ରାଜନଗର ,ରାଇବଣିଆ ପଂଚାୟତ ଅଂଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଅଂଚଳବାସୀଙ୍କ ସହେଯାଗରେ ଗଜ ସାଥୀ ଏବଂ ବାଲେଶ୍ୱର ଓ ଜଳେଶ୍ୱର ବନ ବିଭାଗ ପହଂଚି ହାତି ଘଉଡାଇଥିଲେ । ଏହି ଅଞ୍ଚଳରେ ପାଖାପାଖି ୧୦ ଏକରରୁ ଅଧିକ ପସଲ ନଷ୍ଟ ହୋଇଥିବା କହଛନ୍ତି ଅଞ୍ଚଳ ବାସୀ । ହାତୀ ପଲ ପଶ୍ଚିମବଙ୍କ ପଟରୁ ସୁବର୍ଣ୍ଣରେଖା ନଦୀ ପାର ହୋଇ ଆସି ଧାନ ଫସଲକୁ ଦଳି ନଷ୍ଟ କରି ଦେଇଛନ୍ତି । ଧାନ ବାହାରିବା ସମୟ ହୋଇଥିବା ବେଳେ ହାତୀ ଫସଲ ନଷ୍ଟ କରି ଥିବାରୁ ଆଉ ଧାନ ଅମଳ ସମ୍ଭବ ନୁହେଁ । ତେଣୁ କରଜରେ ବୁଡିଥିବା ଚାଷୀ ଚିନ୍ତାରେ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe