କନକ ବ୍ୟୁରୋ : ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ପୁରୁଣା ପାଇକକୋଟ ଗାଁ ନିକଟରେ ହାତୀପଲ ଘୁରି ବୁଲୁଛନ୍ତି । ପାଖାପାଖି ୨୮ ହାତୀ ଘୁରି ବୁଲୁଛନ୍ତି । ଗତ କାଲି ସଂଧ୍ୟା ସମୟରେ ହିନ୍ଦୋଳ ଅନଗୁଳ ରାସ୍ତା ଦେଇ ହାତୀପଲ ଗାଁ ଆଡକୁ ଆସୁଥିଲେ । ଜଙ୍ଗଲ ପାଖ ବାବା ମଠ ପୋଲିଆ ପଟୁ ହାତୀମାନେ ରାସ୍ତା ପାର ହୋଇ ଗାଁକୁ ପ୍ରବେଶ କରିଛନ୍ତି ।

Advertisment

ହିନ୍ଦୋଳ ବ୍ଲକରେ ଗତ ୨ ମାସ ଭିତରେ ହାତୀ ଆକ୍ରମଣରେ ୬ ଜଣଙ୍କ ଜୀବନ ଯାଇଛି । ତେଣୁ ସ୍ଥାନୀୟ ଲୋକେ ଏବେ ଭୟଭୀତ । ସବୁଠୁ ବଡ କଥା ହେଲା ବନ ଅଧିକାରୀ ଏ ବାବଦରେ ଅବଗତ ନାହାନ୍ତି । ଶେଷ ଖବର ସୁଦ୍ଧା ଗାଁ ଲୋକେ ହାତୀ ପଲକୁ ଜଙ୍ଗଲ ଭିତରକୁ ଘଉଡାଇବାରେ ସକ୍ଷମ ହୋଇଛନ୍ତି । ବିଲରେ ଚାଷ କାମ ଆରମ୍ଭ ହୋଇଛି । ସେପଟେ ବର୍ଷା ଆରମ୍ଭ ହୋଇଥିବାରୁ ଧାନ ତଳି ଖାଇବାକୁ ହାତୀ ପଲ ଆସନ୍ତି ବୋଲି ଗାଁ ଲୋକ କହିଛନ୍ତି ।