କନକ ବ୍ୟୁରୋ: ବଢି ଚାଲିଛି ହାତୀଙ୍କ ଉତ୍ପାତ। ବିଭିନ୍ନ ଅଞ୍ଚଳରେ ଚାଷୀ ଲଗାଇ ଥିବା ଧାନ ବିଲକୁ କ୍ଷତିଗ୍ରସ୍ତ କରାଉଛନ୍ତି ୧୮ ଟିକିଆ ହାତୀ ପଲ। କଟକ ଜିଲ୍ଲା ନରସିଂହପୁରରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗୋପପୁର, ଯନ୍ତାରିଆ, ବଢିଆ ଆଦି ଗାଁରେ ହାତୀପଲ ପଶି ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି। କ୍ଷତିପୂରଣ ଦାବିରେ ଚାଷୀ ବନ ବିଭାଗ ଅଫିସ ଆଗରେ ପହଞ୍ଚିଥିଲେ। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ।
ହାତୀ ଦଳିଦେଉଛି ସୁନାର ଫସଲ ; ଧାନବିଲରେ ପଶିଛନ୍ତି ୧୮ ଟିକିଆ ହାତୀପଲ୍ଲ, ଚିନ୍ତାରେ ଚାଷୀ
/kanak/media/post_attachments/wp-content/uploads/2024/08/el.jpg)