କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ ଏବଂ ରାଜବୈଦ୍ୟ ମହପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ ଆଉ ଏହି ମୋଦକକୁ ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଲାଗି ହେବ । ଯାହାପରେ ଅସୁସ୍ଥ ମହାପ୍ରଭୁ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯିବେ । ତେବେ ମହାପ୍ରଭୁଙ୍କଠାରେ ଲାଗି ହେବାକୁ ଥିବା ଏହି ଦଶମୂଳ ମହୋଔଷଧୀ କିଭଳି ଆଉ କିଏ ପ୍ରସ୍ତୁତ କରନ୍ତି ଆଉ ଏହି ମୋଦକ ପ୍ରସ୍ତୁତ କରିବାର ବିଧି କଣ ରହିଛି ଆଜି ଆମେ ଏସଂପର୍କରେ ଆଲୋଚନା କରିଛୁ ।

Advertisment

publive-image

ବିଧିମୁତାବକ, ଆଜି ରାଜବୈଦ୍ୟ ମହପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ। ଶ୍ରୀବିଗ୍ରହ ଚକାବିଜେ ପରେ ଏକାଦଶୀ ତିଥିରେ ଏହି ‘ଦଶମୂଳ’ ମୋଦକ ମହାପ୍ରଭୁଙ୍କଠାରେ ଲାଗି ହେବ । ମହାପ୍ରଭୁଙ୍କ ସଂପୂର୍ଣ୍ଣ ସୁସ୍ଥ ପାଇଁ ପୁରୀ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରି ଦଶମୀ ତିଥି ତଥା ଆଜି ଶ୍ରୀମନ୍ଦିରକୁ ଆଣିବେ । ତାଳପୂର୍ଣ୍ଣି , ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଆ ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଆଉ ଏହି ମୋଦକକୁ ଏକାଦଶୀ ଦିନ ପତି ମହାମାତ୍ରସେବକ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି । ଆଉ ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି । ଦ୍ୱାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।

publive-image

ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସରକାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ । ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି ।