କନକ ବ୍ୟୁରୋ: ଆଜି ହେରା ପଂଚମୀ । ନନ୍ଦିଘୋଷ ରଥ ଭାଂଗିବେଲକ୍ଷ୍ମୀ ଠାକୁରାଣୀ । ଲଷ୍ମୀଙ୍କୁ ଛାଡି ଜଗନ୍ନାଥ ମହାପ୍ରଭୁ ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନଅ ଦିନର ଯାତ୍ରା କରିଛନ୍ତି । ତେବେ ତାଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନରେ ରହିଛନ୍ତି ଲଷ୍ମୀ ଠାକୁରାଣୀ । ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସିବେ ଶ୍ରୀଦେବୀ ।
ତେବେ ୯ ଦିନର ଯାତ୍ରା ନସରିଲେ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ମହାପ୍ରଭୁ କହିବା ପରେ ରାଗି ଯାଆନ୍ତି ଲଷ୍ମୀ ଠାକୁରାଣୀ । ଏବଂ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଂଗି ଦେଇଯାନ୍ତି । ଏହି ପରମ୍ପରାକୁ ହେରା ପଂଚମୀ କୁହାଯାଏ । ଆଜି ଏହି ନୀତି ପାଳିତ ହେବ । ଶ୍ରୀମନ୍ଦିରରୁ ଶ୍ରୀଦେବୀ ଗୁଣ୍ଡିଚା ମନ୍ଦିର ଆସିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/HERA-PANCHAMI.jpg)