ଖୁଲମ ଖୁଲା ଚାଲିଛି ଗଞ୍ଜା ଲଢେଇ  । ହାତ ବାନ୍ଧି, ଆଖି ବୁଜି ବସିଛି ପୋଲିସ ଓ  ପ୍ରଶାସନ

218

କନକ ବ୍ୟୁରୋ : ଖୁଲମ ଖୁଲା ଚାଲିଛି ଗଞ୍ଜା ଲଢେଇ । ନା ଅଛି ପୁଲିସର ଲଗାମ ନା ଅଛି ପ୍ରଶାସନର ପଦକ୍ଷେପ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜଗନ୍ନାଥପୁର, କୁକୁଡିଆ, ସାହାବାଜିପୁର ଓ ବଣବାଡି ଗଣ୍ଡ ଆଦି ଗାଁରେ ବର୍ଷ ତମାମ ଗଂଜା ଲଢେଇ ଦେଖିବାକୁ ମିଳୁଛି । ଯାହା ଏକ ସଭ୍ୟ ସମାଜ ପାଇଁ ଲଜ୍ଜାକର ବିଷୟ । ପ୍ରିଭେନସନ ଆକ୍ଟ ଅଫ ଏନିମଲ କ୍ରୁଏଲଟି ଆକ୍ଟ ୧୯୬୦ ଅନୁସାରେ ଗଂଜା ଲଢେଇ ଏକ ଅପରାଧ । ହେଲେ କେବଳ କାଗଜ କଲମରେ ଏହି ଖେଳ ଉପରେ ରୋକ ଲାଗିଛି ।

ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରେ ଗଂଜା ଲଢେଇରେ ହଜାର ହଜାର ଟଙ୍କାର ବାଜି ଲାଗୁଛି । ଲୋକେ ଦୁଇଟି ଗଂଜାର ଲଢେଇ ଦେଖି ପୈଶାଚିକ ଆନନ୍ଦ ପାଉଛନ୍ତି, ଆଉ କିଛି ଲୋକ ଅର୍ଥ ଉପାର୍ଜ କରୁଛନ୍ତି । ଦୁଇ ଗଂଜାଙ୍କ ଲଢେଇରେ ଜଣେ ଜିତେ ଆଉ ଜଣେ ଗଂଜା ଲଢେଇରେ ରକ୍ତାକ୍ତ ହୋଇ ଶେଷରେ ଜୀବନ ହାରିଥାଏ । ସଭ୍ୟସମାଜରେ ଏପରି ବର୍ବର ଖେଳ ଉପରେ ରୋକ ଲଗାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି ।