କନକ ବ୍ୟୁରୋ: ଜେଏମଏମ ନେତା ହେମନ୍ତ ସୋରେନ୍ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବ। ଏସମ୍ପର୍କରେ ଆଜି ରାଂଚିରେ ଇଣ୍ଡି ମେଂଟ ବୈଠକରେ ହେମନ୍ତଙ୍କୁ ପୁଣି ଥରେ ନେତୃତ୍ବଦେବାକୁ ନିଷ୍ପତି ହୋଇଥିବା ଜଣାଯାଇଛି।
ହେମନ୍ତ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ଖବର ଏହି ଘଟଣାରୁ ବାରି ହୋଇପଡ଼ିଛି। ବୁଧବାର ଦିନ ରାଂଚି ଠାରେ ଶିକ୍ଷକ ଭାବେ ନିଯୁକ୍ତି ପାଇବାକୁ ଥିବା ୧୫୦୦ ଜଣ ପ୍ରାର୍ଥୀଙ୍କୁ ସରକାରୀ ନିଯୁକ୍ତିପତ୍ର ବଣ୍ଟାଯିବାର ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ଥିର ହୋଇଥିଲା। ହେଲେ ଏହାକୁ ଶେଷ ମୁହୂର୍ତରେ ସ୍ଥଗିତ ରଖାଯାଇଛି।
କାହିଁକି ହଠାତ୍ ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଗଲା, ଏହାକୁ ନେଇ ଚର୍ଚ୍ଚା ହୋଇଛି। ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ପରେ ହେମନ୍ତଙ୍କ ଦ୍ବାରା ଏହି ନିଯୁକ୍ତିପତ୍ର ବଂଟାଯିବ, ଆଉ ସେଥିପାଇଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା କୁହାଯାଉଛି।
ଜମି ଦୁର୍ନୀତିରେ ଗିରଫ ହୋଇ ୫ ମାସ ଜେଲରେ ରହିବା ପରେ ହେମନ୍ତ ଗତମାସ ୨୭ରେ ଜାମିନ୍ ପାଇଥିଲେ। ହେମନ୍ତ ଜେଲରୁ ମୁକୁଳିବା ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ କି ବୋଲି ପ୍ରଶ୍ନ ଉଠିଥିଲା। ହେଲେ ଚମ୍ପାଇ ସୋରେନ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ହେମନ୍ତ ସ୍ପଷ୍ଟ କରିଥିଲେ। ହେଲେ ଏବେ ସେ ନିଜ ନିଷ୍ପତି ନେଇ ପୁନଃବିଚାର କରିଛନ୍ତି ଓ ଦଳର ଉନ୍ନତିକୁ ଲକ୍ଷ୍ୟ ରଖି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକ ରାଜି ଥିବା କୁହାଯାଉଛି।
ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଦୁଇଟି କ୍ଷମତାକେନ୍ଦ୍ର ରଖିବାକୁ ହେମନ୍ତ ଚାହୁଁନାହାନ୍ତି। ସେଥିପାଇଁ ଏହି ଏହତ ନିଷ୍ପତି ପରିବର୍ତନ। ହେମନ୍ତଙ୍କ ନେତୃତ୍ବରେ ଝାଡ଼ଖଣ୍ଡ ସରକାର ଓ ଇଣ୍ଡିମେଂଟ ବିଜେପିର ଉଚିତ ଜବାବ ଦେବ ବୋଲି ହିମନ୍ତ ଗୋଷ୍ଠୀ ଭାବୁଛନ୍ତି।
ଗତ ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୫ଟି ଆସନରୁ ଲଢ଼ି ୩ଟିରେ ବିଜୟୀ ହୋଇଥିଲା। ଏହାସହ ଇଣ୍ଡିମେଣ୍ଟର ସହଯୋଗୀଙ୍କ ସହ ମିଶି ଆଦିବାଦୀ ଅଧ୍ୟୁଷିତ ୫ଟି ଲୋକସଭା ଆସନରେ ବିଜେପୀକୁ ମୂଳପୋଛ କରିବାରେ ସଫଳ ହୋଇଛି। ଏବେ ରାଜ୍ୟରେ ବିଜେପି ବିରୋଧରେ ସୃଷ୍ଟି ହୋଇଥିବା ବାତାବରଣରୁ ହେମନ୍ତ ଜେଏମଏମ ଓ ଇଣ୍ଡିମେଣ୍ଟକୁ ଫାଇଦା ଉଠାଇବାକୁ ଚାହୁଁଛନ୍ତି। ତେବେ ବରିଷ୍ଠ ଆଦିବାସୀ ନେତା ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ଏହା ଆଦିବାସୀ ଭୋଟ ବ୍ୟାଙ୍କ ଉପରେ ପଡ଼ିପାରେ। ତେଣୁ ହେମନ୍ତଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/792320-pti06282024000393b.webp)