କନକ ବ୍ୟୁରୋ: ଝାଡଖଣ୍ଡରେ ଆରମ୍ଭ ହେଲା ସୋରେନ ସରକାର । ଆଜିଠୁ ଝାଡଖଣ୍ଡରେ ଚାଲିବ ନୂଆ ସରକାରର ଶାସନ । ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ।

Advertisment

ତେବେ ରାଞ୍ଚିରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ଅନେକ ବଡବଡ ନେତା ସାମିଲ ଥିଲେ ।

ତେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ହେମନ୍ତ ସୋରେନ ନିଜ ପ୍ରଶଂସକଙ୍କୁ କିଛି ବାର୍ତ୍ତା ଦେଇଥିଲେ । ହେମନ୍ତ ନିଜ ଟ୍ୱିଟରରେ ଲେଖିଥିଲେ ଯେ ମତେ ଫୁଲତୋଡ଼ା ବଦଳରେ ବହି ଦିଅନ୍ତୁ । ଆପଣଙ୍କ ଫୁଲତୋଡ଼ାକୁ ମୁଁ ସମ୍ଭାଳି ରଖିପାରୁନଥିବାରୁ ମତେ ଆପଣଙ୍କ ପସନ୍ଦର ବହିଟିଏ ଦିଅନ୍ତୁ । ଆପଣ ଦେଉଥିବା ବହିରେ ନିଜ ନାମ ଲେଖି ଦିଅନ୍ତୁ, ଯାହାଫଳରେ ଆପଣଙ୍କ ବହିକୁ ନେଇ ମୁଁ ଲାଇବ୍ରେରୀଟିଏ କରିବି ଓ ସେଠାରେ ସାଇତି ରଖିବି । ଆପଣଙ୍କ ପ୍ରେମଭରା ଏହି ଉପହାର ଆମ ସମସ୍ତଙ୍କର ଜ୍ଞାନବୃଦ୍ଧିରେ ସହାୟକ ହେବ ।