ହେମନ୍ତ ସୋରେନଙ୍କୁ ସୁପ୍ରିମ ଝଟକା । ଜାମିନ୍ ଆବେଦନ ଖାରଜ କଲେ କୋର୍ଟ ।

ହେମନ୍ତ ସୋରେନଙ୍କୁ ସୁପ୍ରିମ ଝଟକା । ଜାମିନ୍ ଆବେଦନ ଖାରଜ କଲେ କୋର୍ଟ ।

କନକ ବ୍ୟୁରୋ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଅନ୍ତରୀଣ ଜାମିନ ପାଇଁ ସୋରେନଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୋରେନ୍ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ସେହିପରି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଗତକାଲି ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ଅଦାଲତ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି କରି ଆବେଦନକାରୀ ଅଦାଲତରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିନଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମ୍ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ସୋରେନ୍ ଯେତେବେଳେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ କୋର୍ଟଙ୍କୁ କାହିଁକି ସୂଚନା ଦିଆଗଲା ନାହିଁ ଯେ ଜାମିନ ଆବେଦନ ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ଅଛି ଏବଂ ନିମ୍ନ ଅଦାଲତ ଚାର୍ଜସିଟ୍ କୁ ଗ୍ରହଣ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe