କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆଜି ଜେଲରେ ବିତିବ ହେମନ୍ତଙ୍କ ରାତି । କୋର୍ଟରୁ ତାଙ୍କୁ ସିଧା ବିର୍ସା ମୁଣ୍ଡା ଜେଲକୁ ନିଆଯାଇଛି । ବୁଧବାର ରାତିରେ ଇଡି ହେମନ୍ତଙ୍କୁ ଗିରଫ କରିଥିଲା । ଗୁରୁବାର କଡ଼ା ସୁରକ୍ଷାବଳୟରେ ମଧ୍ୟରେ ରାଚିଂ ସ୍ୱତନ୍ତ୍ର ପିଏମଏଲଲ କୋର୍ଟରେ ହାଜର କରାଯାଇଥିଲା । ହେମନ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ି । କାଲି ଆସିପାରେ ରାୟ ।

ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫଦାରି ବିରୋଧରେ ହାଇକୋର୍ଟ ଯାଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟ୍କା । ଜରୁରୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଲେ ଉଚ୍ଚ ନ୍ୟାୟାଳୟ । ଏଥିପାଇଁ ଆସନ୍ତାକାଲି ଶୁଣାଣି ହେବ । ଏପଟେ ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ଆବଦନ ହୋଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ବି ଶୁଣାଇ ହୋଇପାରେ । ଦୀର୍ଘ ଘଂଟାର ପଚରା ଉଚୁରା ପରେ ହେମନ୍ତ ସୋରେନ୍ଙ୍କୁ ଗିରଫ କରିଥିଲା ଇଡି । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ।

ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏମକୁ ଘାରିଛି ସରକାର ଭାଙ୍ଗିବା ଭୟ । ମେଂଟ ସରକାରକୁ ସୁରକ୍ଷିତ ରଖିବାକୁ ଜେଏମଏମ ପ୍ରାଣପ୍ରଣେ ଚେଷ୍ଟା କରୁଛି   । ମିଳିଥିବା ସୂଚନା ଅନୁସାରେ ବିଧାୟକଙ୍କୁ ରାଜ୍ୟବାହାରକୁ ସ୍ଥାନାନ୍ତର କରାଯାଉଛି । ଚାଟାର୍ଡ ବିମାନରେ ହାଇଦ୍ରାବାଦ ପଠାଯାଉଛି । ଦଳ ଦାବି କରିଛି ତା ନିକଟରେ ୪୩ ବିଧାୟକଙ୍କ ସମର୍ଥନ ରହିଛି । ରାଜ୍ୟ ସର୍କିଟ ହାଉସର ବିଧାୟକଙ୍କୁ ହାଇଦ୍ରାବାଦ, ବେଙ୍ଗାଲୁର ଓ ସୁରଟ ପଠାଯାଇପାରେ । ତେବେ ଘୋଡ଼ା ବେପାର ଭୟରେ ବିଧାୟକଙ୍କୁ ସ୍ଥାନାନ୍ତର କରିବାକୁ ଦଳ ଉଚିତ ମନେ କରିଛି ।