ମଧ୍ୟପ୍ରଦେଶ ଭୋପାଳରୁ ମିଳିଲା କୁବେର ସମ୍ପତି, ଦରମା ପାଆନ୍ତି ୩୦ହଜାରେ କିନ୍ତୁ ଘରୁ ମିଳିଲା ୩୦ଲକ୍ଷ ଟଙ୍କାର ଟିଭି ସହ ଅମାପ ସମ୍ପତ

584

କନକ ବ୍ୟୁରୋ : ମହିଳା ସହକାରୀ ଇଞ୍ଜିନିୟରଙ୍କ ଘରୁ ମିଳିଲା ଆଖି ଖୋସିଲା ଭଳି ସମ୍ପତି । ଜବତ ବେଳେ ୩୦ ଲକ୍ଷ ଟଙ୍କାର ଟିଭି, ବିଭିନ୍ନ ବିଦେଶୀ ପ୍ରଜାତିର ଦାମୀ କୁକୁର ସହ ୧୦ରୁ ଅଧିକା ଦାମୀ ଗାଡି ମିଳିଛି । ଭୋପାଳର ଜଣେ ମହିଳା ସହକାରୀ ଇଞ୍ଜିନିୟରଙ୍କ ଘରେ ଚଢାଉ କରି ଏସବୁ ଜବତ କରିଛି ମଧ୍ୟପ୍ରଦେଶ ଲୋକାୟୁକ୍ତ ପୋଲିସ । ଭୋପାଳର ମହିଳା ସହକାରୀ ଇଞ୍ଜିନିୟର ହେମା ମୀନାଙ୍କ ଘରୁ ଏସବୁ ଜବତ କରିଛି ପୋଲିସ । ହେମା ପୋଲିସ ହାଉସିଂ କର୍ପୋରେସନରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମାସିକ ଦରମା ୩୦ ହଜାର ହୋଇଥିବା ବେଳେ ଘରୁ ଜବତ ହୋଇଥିବା ସମ୍ପତିର ତାଲିକା କିନ୍ତୁ ବେଶ୍ ଅଧିକା ରହିଛି । ପୋଲିସ କହିନାନୁଯାୟୀ ହେମାଙ୍କ ୧୩ ବର୍ଷ ଚାକିରିକାଳ ମଧ୍ୟରେ ସମ୍ପତି ୨୩୨ ପ୍ରତିଶତ ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ ଲୋକାୟୁକ୍ତ ପୋଲିସ ତାଙ୍କ ଘରୁ ୩୦ ଲକ୍ଷର ଟଙ୍କାର ଟିଭି ଜବତ କରିଛି । ଏଥିସହ ବଙ୍ଗାଳରୁ ୧୦ଟି ଦାମୀ କାର୍ ସହ, ୨ଟି ଟ୍ରକ ଓ ଏକ ଟାଙ୍କର ମିଳିଛି । କେବଳ ସେତିକି ନୁହେଁ ଜବତ ବେଳେ ଅନ୍ୟ ଦାମୀ ଜିନିଷପତ୍ର ଦେଖି ଆଶ୍ଚଯ୍ୟ ହୋଇଥିଲା ପୋଲିସ । ଭୋପାଳର ବିଲଖିରିୟାରେ ୨୦ ହଜାର ବର୍ଗଫୁଟ ଜମିରେ ୪୦ରୁମ୍ ବିଶିଷ୍ଠ ଏକ ଆଲିସାନ୍ ବଙ୍ଗଳାରେ ରହୁଥିଲେ ଇଞ୍ଜିନିୟର ହେମା ମୀନା । ଫାର୍ମା ହାଉସ ଦେଖାରଖା କରିବା ପାଇଁ ସେ ୧୫ରୁ ଅଧିକ କର୍ମଚାରୀ ନିଯୁକ୍ତ କରିଥିଲେ । ତେବେ ଏତେ କମ୍ ଟଙ୍କା ଆୟରେ ଏତେ କମ୍ ଦିନ ମଧ୍ୟରେ ଏତେ ଗୁଡିଏ ସମ୍ପତି କେମିତି ହାସଲ କଲେ ସେ ଦିଗରେ ପୋଲିସ ତାଙ୍କୁ ଅଟକ ରଖି ପଚାରାଉଚରା କରୁଛି ।