କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ବି ଜୋର ଧରୁଛି । ପ୍ରାର୍ଥୀମାନେ ନିଜ ଢଙ୍ଗରେ ପ୍ରଚାର କରିବାକୁ ଯାଇ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖାଯାଉଛି । ଏହି କ୍ରମରେ ପଛରେ ପଡିନାହାଁନ୍ତି ଅଭିନେତ୍ରୀ । ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।/kanak/media/post_attachments/wp-content/uploads/2024/04/hm-2.jpg)
ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଗୁରୁବାର ଏକ ଗାଁକୁ ଯାଇ ସେଠିକାର ମହିଳା ଚାଷୀଙ୍କ ସହ କଥା ହୋଇଥିଲେ ଏବଂ ଗହମ ବିଲରେ ପଶି ଫସଲ କାଟିଥିଲେ । ଏହାକୁ ସେ ଏକ୍ସରେ ସେୟାର କରିବା ସହ ଲେଖିଛନ୍ତି ଯେ, ‘ ମୋତେ ଦେଖି ଏଠିକାର ମହିଳା ମାନେ ବେଶ ଖୁସି ହୋଇଯାଇଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ କହିଥିଲେ’ ।
ହେମା ମାଳିନୀ ୨୦୧୪ରୁ ମଥୁରାରେ ଜିତି ଆସୁଛନ୍ତି । ସେଠାରେ ତାଙ୍କର ଲୋକପ୍ରିୟତା ରହିଛି । ସେଠିକାର ଲୋକଙ୍କ ପାଇଁ ସେ ବିକାଶମୂଳକ କାମ କରିଥିବାରୁ ଏଥର ମଧ୍ୟ ମଥୁରାରୁ ସେ ଜିତିବେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/HM.jpg)