ଆସୁଛି ବାତ୍ୟା : ଫୋନି ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର । ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା

412

କନକ ବ୍ୟୁରୋ : ଉଗ୍ର ହେଉଛି ବାତ୍ୟା ‘ଫୋନି’ । ସାମୁଦ୍ରିକ ବାତ୍ୟା ‘ଫୋନି’ କୁ ନେଇ ସଜାଗ ଅଛନ୍ତି ରାଜ୍ୟ ସରକାର । ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବାତ୍ୟା ସମୟରେ ୧୦୭୦ ଓ ୧୦୬୬ ନମ୍ବରରେ ଯୋଗାଯୋଗ କରିପାରିବେ ଓ ଆବଶ୍ୟକୀୟ ସହାୟତା ପାଇପାରିବେ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଆସନ୍ତା ୨ ତାରିଖ ସକାଳୁ ଆରମ୍ଭ ହେବ ବର୍ଷା । ଗଂଜାମ, ଗଜପତି, ଖୋର୍ଧା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ଏନେଇ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଏହି ସବୁ ଜିଲ୍ଲା ଗୁଡିକରେ ସାମୁଦ୍ରିକ ବାତ୍ୟା ଫୋନିର ଅଧିକ ପ୍ରଭାବ ପଡିପାରେ । ସେହିପରି ରାଜ୍ୟର ୧୦ ଜିଲ୍ଲାରେ ଏହାର ପ୍ରଭାବରୁ ଅଧିକ ବର୍ଷା ହେବ । ବାତ୍ୟା ‘ଫୋନି’ ପାଇଁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ ରହିବ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷା ମଧ୍ୟ ଘୁଂଚିଲା । ପରୀକ୍ଷା ଥିଲେ ପରବର୍ତ୍ତୀ ସମୟରେ ତାରିଖ ନିର୍ଦ୍ଧାରଣ ହେବ । ରାଜ୍ୟର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ବାତ୍ୟା ପାଇଁ ୫ଜଣ ଆଇଏଏସଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ବାତ୍ୟା ପାଇଁ ସଜାଗ ଅଛନ୍ତି ସରକାର ।