କନକ ବ୍ୟୁରୋ : କମିସନରେଟ ପୁଲିସ ଦାଦାବଟିକୁ ନାଁ ଅଭିଯାନକୁ ଜୋରଦାର କରିଛି । ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ଦାଦାବଟି ବିରୋଧରେ ଅଭିଯୋଗ କରିବା ପାଇଁ ହେଲଫ ଲାଇନ ନଂବର ଜାରି କରିଛନ୍ତି । କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ନଂବର ହେଲା – ୯୯୩୮୯୧୦୦୦୦ । ଏହି ନଂବରରେ ଜନସାଧାରଣ କେହି ଦାଦାବଟି ମାଗୁଥିଲେ, ଧମକ ଦେଲେ ଅଭିଯୋଗ କରିପାରିବେ ।

Advertisment

ଫୋନ କଲ କରି ହ୍ୱାଟସ ଆପ ମେସେଜ ଜରିଆରେ ହେଉ କି ଟେକ୍ସ ମେସେଜ ଜରିଆରେ କିମ୍ବା ଟେଲିଗ୍ରାମ ମେସେଜ କରି ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ କମିସନରେଟ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ରାଜଧାନୀ ଓ କଟକ ସହରକୁ ଅପରାଧ ମୁକ୍ତ କରିବାରେ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୁଲିସ ଡିଜି ।

ପୂର୍ବରୁ ଦାଦାବଟିକୁ ନାଁ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଏହି ଅଭିଯାନ ମାଧ୍ୟମରେ ଅନେକ ଅପରାଧିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏଥିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ମଧ୍ୟ ରହିଛି । ତେବେ ଏହାକୁ ଏବେ ଜୋରଦାର କରିଛି ପୋଲିସ ।