ହେଲ୍ପଲାଇନ୍ ନମ୍ବର ଜାରି କଲା ବିଏମସି । ଫୋନ କରି ମୃତଦେହ ଚିହ୍ନଟ କରିପାରିବେ ସମ୍ପର୍କୀୟ

216

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ବିଏମସି ।

ରେଳ ଦୁର୍ଘଟଣାରେ ମୃତଦେହ ସମ୍ପର୍କରେ ଜାଣିବା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ ଏକ ହେଲ୍ପଲାଇନ୍ ଜାରି କରାଯାଇଛି । ୧୯୨୯କୁ ଫୋନ କରି ମୃତ ଦେହ କେଉଁଠି ରଖାଯାଇଛି ତାହା ଜାଣିପାରିବେ ସମ୍ପର୍କୀୟ ।