ବାପା ଗଲା ପରେ ମାଆ ସାଜିଥିଲା ସାହାରା, ହେଲେ ସିଏ ଏବେ ଶଯ୍ୟାଶାୟୀ । ଭଙ୍ଗା ଘରେ ରୋଗୀଣା ମାଆର ସେବା କରୁଛି କୁନି ଝିଅ ।

ବାପା ଗଲା ପରେ ମାଆ ସାଜିଥିଲା ସାହାରା, ହେଲେ ସିଏ ଏବେ ଶଯ୍ୟାଶାୟୀ । ଭଙ୍ଗା ଘରେ ରୋଗୀଣା ମାଆର ସେବା କରୁଛି କୁନି ଝିଅ ।

କନକ ବ୍ୟୁରୋ: ନିୟତିର ଗତି ବଡ଼ ବିଚିତ୍ର। ସୁଖ ଓ ଦୁଃଖ ଗୋଟିଏ ଟଙ୍କାର ଦୁଇ ପାଶ୍ୱର୍ ଭଳି। ବିପଦ ବା ଦୁଃଖ ପାଖରେ ଧନୀ-ଗରିବ ସବୁ ସମାନ। ସ୍ୱାମୀଙ୍କ ମୃତ୍ୟୁର କେଇଟା ଦିନ ଯାଇନି ସ୍ତ୍ରୀ ହେଲେ ଶଯ୍ୟାଶାୟୀ। ପାଖରେ କେହି ନ ଥିବାରୁ ଚିକିତ୍ସା ହୋଇନପାରି ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କଟକ ନିଶ୍ଚିନ୍ତକୋଇଲି ବ୍ଲକ ତିଳକଣା ପଂଚାୟତ ଦେମାଣ୍ଡୋ ଗାଁର ଲଷ୍ମୀପ୍ରିୟା

ସ୍ୱାମୀଙ୍କ ଅନ୍ତେ ଦୁଇ ଝିଅଙ୍କ ମେରୁଦଣ୍ଡ ମାଆ ଲଷ୍ମୀପ୍ରିୟା ସେଠୀ। ମାଗିଯାଚି ତେଲଲୁଣର ସଂସାର ଚଳାଉଥିଲେ। ଏବେ ଆଉ ସେତକ ବି ନାହିଁ । କାରଣ ମାଆ ଯକ୍ଷ୍ମାରୋଗରେ ପୀଡିତ। ଭଙ୍ଗା କୁଡ଼ିଆରେ ମାଆର ସେବା କରୁଛି କୁନି ଝିଅ। ଔଷଧ ଦେବାକୁ ସିନା ଝିଅ ପାଖରେ ଆର୍ଥିକ ସମ୍ୱଳ ନାହିଁ, କିନ୍ତୁ ନିଜ ପାରୁପର୍ଯ୍ୟନ୍ତ ସେବା କରୁଛି। ରୋଷେଇ ଠାରୁ ଆରମ୍ଭ କରି ମାର ଗାଧୁଆପାଧୁଆ ଖିଆପିଆ କଥା ବୁଝୁଛି।

ଲକ୍ଷ୍ମୀପ୍ରିୟାଙ୍କ ଉତ୍ତମ ଚିକିତ୍ସା ପାଇଁ ପରୀକ୍ଷା ନୀରିକ୍ଷା ଆବଶ୍ୟକ। ଏଥିପାଇଁ ଅର୍ଥ ଜରୁରୀ। ଯେଉଁଠି ମୁଣ୍ଡ ଉପରେ ପଲିଥିନ୍ ସାହା, ଦିନକୁ ଦୁଇଓଳି ଦାନା ମିଳେନି , ସେଠାରେ ବଡ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇବା ସମ୍ଭବ ନୁହେଁ। ମାଆ-ଝିଅ ରହୁଥିବା ଘର ଛପର ହୋଇନି। ଜଣେ ସହୃଦୟ ବ୍ୟକ୍ତି ଜରିପାଲ ଖଣ୍ଡେ କିଣି ପକାଇ ଦେଇଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ସମ୍ପତ୍ତିକହିଲେ ଘରଡ଼ିହକୁ ଛାଡିଦେଲେ ବାଡ଼ି ଗୁବେରେ ଗୁବେ ନାହିଁ। ଏବେ ସହାୟତା ପାଇଁ ନିବେଦନ କରିବା ଛଡ଼ା କିଛି ବିକଳ୍ପ ନାହିଁ। କିଛି ଆର୍ଥିକ ଅନୁଦାନ ସହ ସରକାରୀ ଯୋଜନାରେ ପକା ଘରଟିଏ ପାଇଁ ନିବେଦନ କରିଛନ୍ତି ଲକ୍ଷ୍ମୀପ୍ରିୟା।

ବାପା-ମାଆ, ଦୁଇ ଛୋଟ ଝିଅଙ୍କୁ ଧରି ଚାଲିଥିଲା ହସ ଖୁସିର ସଂସାର। ହେଲେ ମାତ୍ର ଦେଢ ବର୍ଷ ଭିତରେ ବଦଳିଗଲା ସବୁକିଛି। ବାପାଙ୍କ ମୃତ୍ୟୁ ପରେ ରୋଗାକ୍ରାନ୍ତ ମାଆ। ପାଖରେ ଦାନା ନାହିଁ ଔଷଧ ନାହିଁ। ମାଆ ଯନ୍ତ୍ରଣା ଭୋଗୁଥିବା ଦେଖି ଛଟପଟ ହେଉଛନ୍ତି ଦୁଇ ଝିଅ।

ଲକ୍ଷ୍ମୀପ୍ରିୟା ସେଠୀ

AC-42191296948

IFSC- SBIN0003817

Phone Pay no-9114393309

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe