କନକ ବ୍ୟୁରୋ : ପରିଣତ ବୟସରେ ନଇଁ ନଇଁ ଚାଲୁଛନ୍ତି । ଗୋଟେ ଆଖିକୁ ଦେଖାଯାଉନି ତଥାବି ଥକି ନାହାଁନ୍ତି । ୟେ ହେଉଛନ୍ତି ବାଲେଶ୍ୱର ରେମୁଣା ସୋମନାଥପୁର ସୁଦର୍ଶନ ମଉସା । ଦିନେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ଓ ପୁଅ ଝିଅଙ୍କୁ ପାଠ ପଢ଼ାଉଥିଲେ । ଏକମାତ୍ର ପୁଅ କଷ୍ଟିଂ ପଢ଼ି ଚାକିରୀ ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ବଡ଼ ଝିଅର ନିବନ୍ଧ ସରିଥିଲା । ହେଲେ ଦୁର୍ଘଟଣାରେ ପୁଅ ସହ, ହେବାକୁ ଥିବା ଜ୍ୱାଇଁ ବି ଆଖି ବୁଜିଦେଇଥିଲେ । ଏପଟେ ପୁଅକୁ ଝୁରି ଝୁରି ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି । ମାନସିକ ଭାବେ ଭାଙ୍ଗି ପଡ଼ିଥିବା ସୁଦର୍ଶନ ମଉସା କାମ କରୁ କରୁ ଭାରାରୁ ଖସି ପଡ଼ି ଆହତ ହେବା ପରେ, ଆଉ କାମ କରିପାରୁନାହାଁନ୍ତି । ବଡ଼ ଝିଅ ବିବାହ ପାଇଁ ରାଜି ହେଉନଥିବା ବେଳେ ସାନ ଝିଅ ବିବାହ ପାଇଁ ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି ସୁଦର୍ଶନ ।

Advertisment