କନକ ବ୍ୟୁରୋ : ଭୋକ, ଅଭାବ ଓ ଅସୁବିଧା କଣ ଏହି ଚିତ୍ର ତାହା ବୟାନ କରୁଛି । ପିଲାଙ୍କ ମୁଣ୍ଡରୁ ବାପାଙ୍କ ହାତ ହଟିଗଲେ, ସ୍ତ୍ରୀ ସିନ୍ଥିର ସିନ୍ଦୁର ଲିଭିଗଲେ ଜୀବନ କେମିତି ଯନ୍ତ୍ରଣା ପାଲଟିଯାଏ । ବଂଚିବା ପାଇଁ ପ୍ରତି ମୁହୁର୍ତରେ କେତେ ସଂଘର୍ଷ କରିବାକୁ ପଡେ ତାହା ବାଲେଶ୍ୱର ସଦର ବ୍ଲକ ସାର୍ଥା ପଂଚାୟତ ଅନ୍ତର୍ଗତ ବଡଗଡିଆ ଗାଁର ରେବତୀ ଓ ତାଙ୍କ ପିଲାଙ୍କୁ ଦେଖିଲେ ଜଣାପଡେ ।
ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ରେବତୀଙ୍କ ସ୍ୱାମୀ ବନା ଗୋଚ୍ଛାୟତ । କ୍ୟାନ୍ସର ରୋଗରେ ସ୍ୱାମୀଙ୍କ ମୃତ୍ୟୁପରେ ୩ ପିଲାଙ୍କୁ ନେଇ ପଲିଥିନ ଘେରା ଭଙ୍ଗା ଛପର ତଳ ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ରେବତୀ । ରେବତୀଙ୍କ ଦୁଃଖ ସଂପର୍କୀତ ଖବର ପ୍ରସାରଣ ହେବା ପରେ ସହଯୋଗର ହାତ ବଢାଇଛନ୍ତି ଭୁବନେଶ୍ୱରର ତ୍ରୀଶକ୍ତି ଫାଉଣ୍ଡେସନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ବସ୍ତା ଅଂଚଳର ଯୁବକ ସମାଜସେବୀ ମାନସ ରଞ୍ଜନ ନାୟକ ।
ସେଚ୍ଛାସେବୀମାନେ ୧୫ ହଜାର ଟଙ୍କା,ଏକ ମାସର ଗ୍ରୋସେରୀ ସାମଗ୍ରୀ, ନୁଆ ଡ୍ରେସ ପ୍ରଦାନ କରିଛନ୍ତି । ହେଲେ ଏହା ସବୁଦିନର ସମାଧାନ ନୁହେଁ, ତେଣୁ ରେବତୀଙ୍କ ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି ।