କନକ ବ୍ୟୁରୋ : ବିଛଣାରେ ପଡିଛି ଘରର ରୋଜଗାରିଆ ପୁଅ । ରୋଜଗାର କରି ପରିବାର ଚଳାଉଥିବା ବେଳେ ଏବେ ଶଯ୍ୟାଶାୟୀ ହୋଇପଡିବା ଯୋଗୁ ପରିବାର ଦୁର୍ଦ୍ଦଶା ଦୁଇଗୁଣ ହୋଇଯାଇଛି । କେନ୍ଦ୍ରାପଡା ଗରଦପୁରର ରବୀନ୍ଦ୍ର ସେଠୀ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସୁରୁଖୁରୁରେ ଚାଲିଥିଲା ପରିବାର । ହେଲେ ଦଇବ ସହିଲାନି ।। ପ୍ରାୟ ୧୦ ବର୍ଷ ହେଲା ମେରୁଦଣ୍ଡ ଜନିତ ରୋଗରେ ପଡିଥିଲେ । ସେଥିରେ ମଧ୍ୟ କାମ ଧନ୍ଦା କରି ପରିବାର ଚଳାଉଥିଲେ । ହେଲେ ହଠତ୍ ପକ୍ଷାଘାତର ଶିକାର ହୋଇ ଘରେ ପଡି ରହିଛନ୍ତି ରବୀନ୍ଦ୍ର । ଶଯ୍ୟାଶାୟୀ ହୋଇପଡିଥିବା ବେଳେ ପରିବାର ଚଳିବା କଷ୍ଟକର ହୋଇପଡୁଛି । ସ୍ୱାମୀର ଚିକିତ୍ସା କିଭଳି ହେବ । ଏନେଇ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି ରବୀନ୍ଦ୍ରଙ୍କ ସ୍ତ୍ରୀ ।
ଅଭାବ ଭିିତରେ ରହୁଥିବା ପରିବାର ପକ୍ଷରେ ଚିକତ୍ସା ପାଇଁ ଅର୍ଥ ଯୋଗାଡିବା ସମ୍ଭବ ହୋଇପାରୁନି । ଅର୍ଥ ଅଭାବରୁ ପିଲାଙ୍କ ପାଠ ପଢାରେ ମଧ୍ୟ ଡୋରୀ ବାନ୍ଧିଲାଣି । ଜମିବାଡି ଯାହାଥିଲା ଚିକିତ୍ସାରେ ସବୁ ବିକ୍ରି ହୋଇସାରିଛି । ଏବେ ରବୀନ୍ଦ୍ର ଦିନକୁ ଦିନ ଅସୁ୍ସ୍ଥ ହୋଇପଡୁଥିବାରୁ ଅସହାୟ ହାଇପଡିଛି ପୁରା ପରିବାର ।
ଯଦି କୌଣସି ସହୃଦୟ ବ୍ୟକ୍ତି ରବୀନ୍ଦ୍ରଙ୍କ ପରିବାରକୁ ସହଯୋଗ କରିବାକୁ ଚାହୁଁଛନ୍ତି ଏହି ଠିକଣାରେ ଯୋଗଯୋଗ କରିପାରିବେ ।
Rabindrasethy
C/o – Dolagobibnda sethy
At - Garadpur
Po - Garadpur
SBI AC NO - 35404897977
IFSC CODE - SBIN0009831
BRANCH KORUA SBI
MOBILE NO - 8093903646
ଅସହାୟ ହୋଇପଡିଥିବା ପରିବାରକୁୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ରବୀନ୍ଦ୍ରଙ୍କୁ ଏକ ନୂଆ ଜୀବନ ମିଳିପାରନ୍ତା ।