କନକ ବ୍ୟୁରୋ: ଏ ବସୟରେ ଦଇବ ଏତେ କଷ୍ଟ ଦେଲା । ଯେଉଁ ବୟସରେ ପୁଅଠାରୁ ସେବା ପାଇବା କଥା ସେ ବୟସରେ ପୁଅର ସେବା କରୁଛନ୍ତି ବୁଢା ବାପା । ଦେହରେ ହାଡ ଦିଖଣ୍ଡ, ଦେହ ଥରିଲାଣି । କାନକୁ ଭଲ ଶୁଭୁନି କି ଆଖିକୁ ଭଲ ଦିଶୁନି । ତଥାପି ଯନ୍ତ୍ରଣାରେ ଛଟପଟ ପୋଷିଲା ପୁଅକୁ ଦେଖି ଛାତି ଫାଟିଯାଉଛି । କିଛି ନକରି ପାରିଲେ ବି ତା ପାଖରେ ବସି ଗୋଡ ହାତ ଆଉଁସି ଦେଉଛନ୍ତି ବୁଢା ବାପା ।

Advertisment

ରୋଗ ଶଯ୍ୟାରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରାପଡା ରାମଚନ୍ଦ୍ରପୁର ପଞ୍ଚାୟତ ପନ୍ଦିଆ ଗାଁର ଦିଲ୍ଲୀପ ପରିଡା । ଗତ ୮ ବର୍ଷ ହେଲାଣି କିଡନୀ ରୋଗରେ ପଡି ଛଟପଟ ହେଉଛନ୍ତି । ଘରେ ବୁଢା ବାପା, ପତ୍ନୀ, ପୁଅ, ଦିବ୍ୟାଙ୍କ ଭାଇ, ଏବଂ ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ । ତଥାପି ବାହାରେ କାମ କରି ୭ ପ୍ରାଣୀ କୁଟୁମ୍ବକୁ ପୋଷୁଥିଲେ ଦିଲ୍ଲୀପ । ହେଲେ ହଠାତ୍ ତାଙ୍କ ଗୋଡ ଫୁଲି ଯନ୍ତ୍ରଣା ହେଲା । ଡାକ୍ତର ଦେଖାଇ ଔଷଧ ଖାଇଲେ । ହେଲେ ଯନ୍ତ୍ରଣା କମ ହେବା ବଦଳରେ ବଢିଲା । ଫଳରେ ବଡମେଡିକାଲରେ ପରୀକ୍ଷା କରାଇବାକରୁ ଦିଲ୍ଲୀପଙ୍କର ଦୁଇଟିଯାକ କିଡନୀ ଖରାପ ହୋଇଯାଇଥିବା ଜଣାପଡିଥିଲା । ଯାହା କିଛି ଥିଲା ସବୁ ବିକିଭାଙ୍ଗି ଦିଲ୍ଲୀପଙ୍କର ଚିକିତ୍ସା ଚାଲିଲା । ଆଉ ସମ୍ବଳ ନଥିବାରୁ ଘରେ ପହିରହିଛନ୍ତି ଦିଲ୍ଲୀପ ।

ଦିଲ୍ଲୀପ ଯାହା ରୋଜଗାର କରୁଥିଲେ ସେଥିରେ ଏତେବଡ ପରିବାର ଚଳୁଥିଲା । ଏବେ ସେ ରୋଗରେ ପଡିବା ପରେ ଏ ପରିବାର କିପରି ଚଳୁଥିବ ସହଯେ ଅନୁମାନ କରୁଥିବେ । ଏଭଳି ସ୍ଥିତିରେ ଗୋଟିଏ ବୋଲି ପୁଅର ପାଠପଢାକୁ ନେଇ ମଧ୍ୟ ଅନିଶ୍ଚିତତା । କାନ୍ଦି କାନ୍ଦି ପତ୍ନୀଙ୍କ ଆଖରେ ଲୁହ ମରିଗଲାଣି । କିଛି ପଚାରିବା ବେଳକୁ ପାଟି ଖନି ବାଜିଯାଉଛି । ଦିଲ୍ଲୀପଙ୍କର ସପ୍ତାହକୁ ୨ଥର ଡାଏଲିସିସ୍ କରିବାକୁ ସାହାସ ପାଉନି । ଏଭଳି ସ୍ଥିତିରେ ଆପଣଙ୍କ ସାମାନ୍ୟ ସାହାଯ୍ୟ ଦିଲ୍ଲୀପଙ୍କୁ ବଞ୍ଚାଇ ରଖିପାରିବ ।

ଦିଲ୍ଲୀପଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା:

Dillip kumar parida

At . pandia

Po . tikanpur

Dist . kendrapara

Uco bank ,garadpur branch

Ac no . 009134

Ifsc code . UCBA0001134

phone pay no .9861553152

ପାଟକୁରାରୁ ପ୍ରଦୀପ ସ୍ୱାଇଁଙ୍କ ରିପୋର୍ଟ- କନକ ନ୍ୟୁଜ୍