କନକ ବ୍ୟୁରୋ: ବୟସର ଅପରାହ୍ନରେ ଅସହାୟ ବୃଦ୍ଧ ଦମ୍ପତ୍ତି । ପରିଣତ ବୟସରେ ସାହାରା ଦେବାକୁ କେହିନାହିଁ । ଭଙ୍ଗା ରୁଜା ଘରେ ରହୁଥିବା ବେଳେ ଅନଟନ ସାଧୁଛି ଦାଉ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଆଳିପିଙ୍ଗଳ କରସାହି ଗ୍ରାମରେ ରୁହନ୍ତି ଏହି ଦମ୍ପତ୍ତି । ସଂସାର କରିବାର ମାତ୍ର ଅଢେଇ ବର୍ଷ ପରେ ଅସଜଡା ହୋଇପଡ଼ିଥିଲା ତାଙ୍କ ଜୀବନ । ଘର ଚଳାଉଥିବା ସତ୍ୟନାରାୟଣ ପକ୍ଷାଘାତର ଶିକାର ହୋଇଗଲେ । ଆଉ ତାପରେ ଅସହାୟ ହୋଇପଡ଼ିଲା ପରିବାର । ପତ୍ନୀ ମଧ୍ୟ ଦୀର୍ଘ ୩୩ବର୍ଷ ହେଲା ଶଯ୍ୟାଶାୟୀ ସ୍ୱାମୀର ସେବାରେ ଲାଗିପଡ଼ିଛନ୍ତି ।
ଦୀର୍ଘ ବର୍ଷ ହେଲା ସେବା କରୁଥିଲେ ବି ଏବେ ଯେମିତି ପରିଣତ ବୟସରେ ତାଙ୍କର ଆଉ ସାମର୍ଥ୍ୟ ନାହିଁ । ପରଘରେ କାମ କରି ପରିବାର ଚଳାଉଥିବା ବେଳେ ଏବେ ବଳ ନାହିଁ । ଆଗକୁ କେମିତି ଚାଲିବ ସଂସାର । କିଭଳି ସ୍ୱାମୀଙ୍କ ଚିକିତ୍ସା କରିବେ । ସେ ନେଇ କିଛି ସାହାଯ୍ୟ ସହଯୋଗ ଅପେକ୍ଷାରେ ରହିଛନ୍ତି ସତ୍ୟଙ୍କ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-13-18h54m49s315.png)