ଜଗତସିଂହପୁର ଏସକେ ଏକାଡେମୀ ପଡିଆରେ ଖୋଲା ଆକାଶ ତଳେ ଅସହାୟ ମାଆ ଓ ଦୁଇ ଶିଶୁ । ୪ ମାସ ତଳେ ଅସହାୟ ଅବସ୍ଥାରେ ଛାଡି ଚାଲି ଯାଇଛି ସ୍ୱାମୀ

86

କନକ ବ୍ୟୁରୋ : ଖୋଲା ଆକାଶ ତଳେ ନବଜାତକ ଓ ମାଆ । ଯାଯାବର ଜୀବନ ଜିଉଁଥିବା ମାଆ-ଛୁଆଙ୍କୁ ଜଗନ୍ନାଥ ସାହା । ଏଭଳି ସ୍ଥିତିରେ ଚାରି ଚାରିଟା ଛୁଆକୁ ନେଇ ଖୋଲା ଆକାଶ ତଳେ ପଡ଼ିଛି ଜଣେ ଅସହାୟ ମାଆ । ଜଗତସିଂହପୁରରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ।

ପରପାରିରେ ବାପା । ଯାଯାବର ଜୀବନରେ କିଛି ବାଟ ଚାଲିବା ପରେ ହାତ ଛାଡି ଦେଲା ଦଗାଦିଆ ସ୍ୱାମୀ । ୪ ମାସ ହେଲା ସ୍ୱାମୀ ଆଉ କାହା ହାତ ଧରି ଚାଲିଯିବା ପରେ କାଳିଆ ଭରସାରେ ନବଜାତକକୁ ଧରି ପଡି ରହିଛି ଜଣେ ଅସହାୟ ମାଆ । କୋଳରେ ନବଜାତକ ଶିଶୁ କନ୍ୟାକୁ ଧରି ଜଗତସିଂହପୁର ଏସ୍.କେ ଏକାଡେମୀ ପଡ଼ିଆରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଚୁମକୀ ସିଂ ।

ଚୁମକୀଙ୍କର ନିଜସ୍ୱ ଘର ନାହିଁ । ଏମାନେ ରୋଜଗାର ପାଇଁ ଯାଯାବର ଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲନ୍ତି । ବିଧବା ମାଆ, ସାନ ଭାଇ ଓ ଚାରୋଟି ଖୁଆଙ୍କୁ ନେଇ ଏସ୍.କେ ଏକାଡେମୀ ପଡିଆରେ ରହୁଛନ୍ତି ଚୁମକୀ । ଦୁଇ ଦିନ ତଳେ ଚୁମକୀ ଏହି ପଡିଆରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ହେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠି ୨ ଦିନ ରହିବା ପରେ ପୁଣି ଖୋଲା ପଡ଼ିଆକୁ ଫେରି ଆସିଛନ୍ତି ମାଆ-ଛୁଆ ।

ଚୁମକୀର ଅସହୟତାକୁ ନେଇ ପୌରାଂଚଳକୁ ଜଣାଇଥିଲେ ବି ସେମାନଙ୍କୁ ଥଇଥାନ କରିବାକୁ କିଛି ବ୍ୟବସ୍ଥା ନଥିବା ଉତର ମିଳିଛି । ତେବେ ବାଟରେ ଯାଉଥିବା ସହୃଦୟ ବ୍ୟକ୍ତି ତାଙ୍କୁ କିଛି ଖାଦ୍ୟ ସାମଗ୍ରୀ, ଡ୍ରେସ ଓ ଚଳିବା ପାଇଁ ସାମଗ୍ରୀ କିଣି ଦେଇଛନ୍ତି । ଜଗତସିଂହପୁର ତହସିଲଦାର ମାନସ ରଂଜନ ଭୋଇ ତାଙ୍କୁ ଦୁଇଟି ପଲିଥିନ୍ ଯୋଗାଇ ଦେଇଛନ୍ତି ।