ବିଜୁଳି ବିଲ ଭରିବା ପରେ ଭିକାରିଙ୍କୁ ସମ୍ମାନିତ କଲା ନେସ୍କୋ । ଅଢେଇ ହଜାର ଟଙ୍କା ଦେଇ ବିଜୁଳି ବିଲ ଭରିଥିଲେ ଭଦ୍ରକର କାର୍ତ୍ତିକ ନାଥ । ଚାରିଆଡୁ ହୋଇଥିଲା ପ୍ରଶଂସା
କନକ ବ୍ୟୁରୋ: ବକେୟା ବିଦ୍ୟୁତ୍ ବିଲ ଉପଭୋକ୍ତାଙ୍କ ଲାଇନ କଟାଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ନିସ୍ପିତି ଆସିବା ପରେ ଏବେ ବିଦ୍ୟୁତ୍ ବିଲ ଭରିବା ପାଇଁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତ ସପ୍ତାହରେ ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତିକ ନାଥ ଦୁଇ ହଜାର ୫ଶହ ଟଙ୍କାର ବିଦ୍ୟୁତ୍ ବିଲ ପୈଠ କରିଥିଲେ । ଏହାପରେ ନେସ୍କୋର କର୍ମଚାରୀ ଆଜି କାର୍ତିକ ନାଥଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଧନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ସହର ନିକଟସ୍ଥ ଉତର ବାହିନୀ ସରିପୁର ଗାଁର କାର୍ତିକ ନାଥ ଭିକ୍ଷ୍ୟା ବୃତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ଗାଁ ବୁଲି ଭିକ୍ଷ୍ୟା କରି ୮ଜଣ ପରିବାରଙ୍କ ପେଟ ପୋଶିଥାଆନ୍ତି କାର୍ତିକ ନାଥ । ବିଦ୍ୟୁତ୍ କଟିଯିବା ଭୟରେ ନିଜ ପରିବାର ଲୋକଙ୍କ ପେଟ ଉପାସ ରଖି ଅଢେଇ ହଜାର ଟଙ୍କା ନେସ୍କୋ କାର୍ଯ୍ୟାଳୟରେ ଡ଼ିପୋଜିଟ କରିଥିଲେ । କାର୍ତିକଙ୍କର ଏଭଳି ପଦକ୍ଷେପକୁ ନେସ୍କୋ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।