କନକ ବ୍ୟୁରୋ: ବକେୟା ବିଦ୍ୟୁତ୍ ବିଲ ଉପଭୋକ୍ତାଙ୍କ ଲାଇନ କଟାଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ନିସ୍ପିତି ଆସିବା ପରେ ଏବେ ବିଦ୍ୟୁତ୍ ବିଲ ଭରିବା ପାଇଁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତ ସପ୍ତାହରେ ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତିକ ନାଥ ଦୁଇ ହଜାର ୫ଶହ ଟଙ୍କାର ବିଦ୍ୟୁତ୍ ବିଲ ପୈଠ କରିଥିଲେ । ଏହାପରେ ନେସ୍କୋର କର୍ମଚାରୀ ଆଜି କାର୍ତିକ ନାଥଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଧନା ଦେଇଛନ୍ତି ।
ଭଦ୍ରକ ସହର ନିକଟସ୍ଥ ଉତର ବାହିନୀ ସରିପୁର ଗାଁର କାର୍ତିକ ନାଥ ଭିକ୍ଷ୍ୟା ବୃତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ଗାଁ ବୁଲି ଭିକ୍ଷ୍ୟା କରି ୮ଜଣ ପରିବାରଙ୍କ ପେଟ ପୋଶିଥାଆନ୍ତି କାର୍ତିକ ନାଥ । ବିଦ୍ୟୁତ୍ କଟିଯିବା ଭୟରେ ନିଜ ପରିବାର ଲୋକଙ୍କ ପେଟ ଉପାସ ରଖି ଅଢେଇ ହଜାର ଟଙ୍କା ନେସ୍କୋ କାର୍ଯ୍ୟାଳୟରେ ଡ଼ିପୋଜିଟ କରିଥିଲେ । କାର୍ତିକଙ୍କର ଏଭଳି ପଦକ୍ଷେପକୁ ନେସ୍କୋ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/NESCO.jpg)