କନକ ବ୍ୟୁରୋ : ଯେଉଁ ବୟସରେ ନିଜେ ପାଠ ପଢି, ସାଙ୍ଗ ସାଥିଙ୍କ ସହ ହସି ଖେଳି ଜୀବନ ଜିଇଁବା କଥା ସେହି ବୟସରେ କୁନି ଭଉଣୀର ଦୁଃଖକୁ ଛାତିରେ ଜାବୁଡ଼ି ଧରିଛି ବଡ଼ ଭଉଣୀ । କେତେବେଳେ ୬ ମାସର ଭଉଣୀକୁ ଗେହ୍ଲା କରୁଛି ତ କେତେବେଳେ ୪ବର୍ଷର ଛୋଟ ଭାଇକୁ ଖୁଆଇ ଦେଉଛି । ଆଉ ଏଦୃଶ୍ୟକୁ ଯିଏ ଦେଖୁଛି ତା ଆଖିରୁ ଲୁହ ଝରି ଯାଉଛି ।

Advertisment

କୌଣସି କାରଣରୁ ୩ ବର୍ଷ ହେଲା ବାପା ଜେଲରେ ଅଛନ୍ତି । ବାପାଙ୍କ ଅଭାବ ପୁରଣ କରୁଥିଲେ ମା’ । ମା’ କୋଳରେ ଶୋଇ ସବୁ ଦୁଃଖ ଭୁଲି ଯାଇଥିଲେ ଭାଇ-ଭଉଣୀ ୩ ଜଣ । ହେଲେ ଏବେ ଆଉ ମା’ ନାହାନ୍ତି । ମା’ ଅଫେରା ବାଟର ପଥିକ ହୋଇଯାଇଥିବା ବେଳେ ସାନ ଭାଇ-ଭଉଣୀଙ୍କ ଦାୟିତ୍ୱ ନେଇଛି ୮ ବର୍ଷର ଲିସା ।

ନୁଆଁଣିଆ ଚାଳଘରେ ୩ ପିଲା ରହୁଛନ୍ତି । କଅଁଳ କାନ୍ଧରେ ଲିସା ବୋହୁଥିବା ବୋଝକୁ କେମିତି ସବୁ ଦିନ ବୋହିବ । ଏଣୁ ଏପରିବାରକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।