କନକ ବ୍ୟୁରୋ : ଛଳ ଛଳ ଆଖିର ପ୍ରଶ୍ନ କରୁଛି ଅସହାୟ ବାପା । ଦୀର୍ଘ ୭ ବର୍ଷ ହୋଇଗଲା ଆଉ କେତେଦିନ ଦିବ୍ୟାଙ୍ଗ ଝିଅକୁ ନେଇ ନ୍ୟାୟ ପାଇଁ ଘୁରି ବୁଲିବେ । କେବେ ପ୍ରଶାସନ ଆଖିରେ ସେମାନଙ୍କ କଷ୍ଟ ନଜରକୁ ଆସିବ । କଳାହାଣ୍ଡିରୁ ଭୁବନେଶ୍ୱର ନିଜର ଦିବ୍ୟାଙ୍ଗ ଝିଅ ଓ ନାତିକୁ ନେଇ ଘୁରିବୁଲୁଛନ୍ତି ବାପା ଲାଖେଶ୍ୱର ସାହୁ । ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଘୁରିବୁଲୁଛନ୍ତି ନ୍ୟାୟ ଟିକେ ପାଇଁ । ୨୦୧୧ରୁ ଝିଅ ଅମ୍ବିକାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ମେଡିକାଲରେ ସୁପରଭାଇଜର କାମ କରୁଥିବା ବେଳେ ମୃତ୍ୟୁ ପରେ ଯାହା କିଛି ପ୍ରାପ୍ୟ ଅମ୍ବିକାଙ୍କୁ ମିଳିପାରିନି । ଏନେଇ ବିଭିନ୍ନ ସ୍ତରରେ ଜଣାଇଥିଲେ ବି ସିଡିଏମଓଙ୍କ କାର୍ଯ୍ୟାଳୟେରେ କାମ ଅଟକି ଥିବା କହି ଘଟଣାକୁ ଏଡାଇ ଦିଆଯାଉଛି । ଅସହାୟ ବାପାକୁ ସାହାଯ୍ୟ ସହଯୋଗ ଟିକେ କରାଯାଉ ବୋଲି ଆକୁଳ ଅନୁରୋଧ କରିଛନ୍ତି ଲାଖେଶ୍ୱର ।