କନକ ବ୍ୟୁରୋ : ବୟସର ଅପରାହ୍ନରେ ଯନ୍ତ୍ରଣାର ଚିତ୍ର । ପରିବାର ଥାଇ ବି ବେସାହାରା । ମୁଣ୍ଡ ଗୁଂଜିବାକୁ ଘର ନଥିବା ବେଳେ ଦୁଇ ଓଳି ଖାଇବାକୁ ମିଳୁନି । ଘର ପରିବାର ପୁଅ ବୋହୂ ସବୁ ଥାଇ ବି ରାସ୍ତାରେ ବେସାହାରା ହୋଇ ବୁଲୁଛନ୍ତି । ଆଗକୁ କିଭଳି ବଂଚିବେ । ପେଟ ଚାଖଣ୍ଡକ କିଭଳି ପୋଷିବେ । ସେ ନେଇ ଘୁଷୁରି ଘୁଷୁରି ଜିଳ୍ଲାପାଳଙ୍କ ପାଖରେ ପହଂଚିଛନ୍ତି ଦିବ୍ୟାଙ୍ଗ ଦମ୍ପତି । ଢେଙ୍କାନାଳ ହିନ୍ଦୋଳ ଘୋଡାଡିଆଁର ଦିବ୍ୟାଙ୍ଗ ଦମ୍ପତି ମହରଗା ନାଏକ ଓ ଦୁଃଖୀ ନାଏକ । ମହରଗାଙ୍କୁ ଭଲଭାବେ ଦେଖାଯାଉନଥିବା ବେଳେ ଦୁଃଖୀ ପାଲଟିଯାଇଛନ୍ତି ସତରେ ଦୁଃଖୀ । ବହୁବାର ଜଣାଇ ପ୍ରଶାସନ ବି ଶୁଣୁନି । ଶେଷରେ ବହୁ କଷ୍ଟରେ ଆସି ପହଂଚିଛନ୍ତି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ । ସ୍ୱାମୀଙ୍କ ଅନୁରୋଧ ଦୁଃଖୀଙ୍କ ପାଇଁ ଖଣ୍ଡେ ହୁଇଲ ଚେୟାର ଦିଆଯାଉ । କେହି ନଶୁଣିବାରୁ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଗୁହାର ଲଗାଇଛନ୍ତି ଏହି ବୃଦ୍ଧ ଦିବ୍ୟାଙ୍ଗ ଦମ୍ପତି ।