ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଜୀବନ ବଂଚାଇବାକୁ କରୁଛନ୍ତି ସଂଘର୍ଷ

88

କନକ ବ୍ୟୁରୋ : ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଅଂଟା ନଇଁଯାଉଛି । ଦେହରେ ବଳ ଟିକେ ବି ନାହିଁ । ହେଲେ ନିଜ ପଟ ଚାଖଣ୍ଡକ ପାଇଁ ସଂଘର୍ଷ କରିଚାଲିଛନ୍ତି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ବି ନାହିଁ । ଭଙ୍ଗା ମାଟି କାଂଥ ଉପରେ ଖଣ୍ଡିଏ ପଲିଥିନ୍ ପାଲଟିଛି ଭରସା । ଏ ହେଉଛି କଳାହାଣ୍ଡି ଜୟପାଟଣା ବ୍ଲକ ମୁଖିଗୁଡାର ରଘୁରାମ ଓ ତୁଲେଦେଇଙ୍କ କରୁଣ କାହାଣୀ । ବାର୍ଦ୍ଧକ୍ୟ ଅବସ୍ଥାରେ ଆଶ୍ରା ଭରସା ବୋଲି କେହି ନାହିଁ । ଘରୁ ବାହାରି ଭିକ୍ଷାବୃତି କଲେ ଘରେ ଚୁଲି ଜଳୁଛି । ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ ଅନେକ କଷ୍ଟ କରିବାକୁ ପଡୁଛି । ଠିକ୍ ଭାବେ ଚାଲିବୁଲି ପାରୁନଥିବା ବେଳେ ଘର ଘର ବୁଲି ବୁଲି ଭିକ୍ଷା ବୃତି କରୁଛନ୍ତି । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ସରକାରଙ୍କ କୌଣସି ଯୋଜନା ବି ଏମାନଙ୍କ ପାଇଁ ଅପହଂଚ । ବଡ ଯନ୍ତ୍ରଣାରେ ବିତୁଛି ଦିନ । ଖରାବର୍ଷା ଶୀତ କାକରରେ ଭଙ୍ଗା ପଲିଥିନ୍ ତଳେ ବେସାହାରା ହୋଇପଡିରହିଛନ୍ତି ୮୫ ବର୍ଷ ବୟସର ଏହି ବୃଦ୍ଧ ଦମ୍ପତି ।

ମୁଖିଗୁଡାରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ ସହାୟତା କହିଲେ ଚାଉଳ ଗଣ୍ଡାଏ ମିଳୁଛି । ହେଲେ ଘର ଖଣ୍ଡିଏ ବି ନାହିଁ । ଦୀର୍ଘ ୫୦ ବର୍ଷରୁ ଅଧିକ ଦିନ ହେଲା ରାସ୍ତା କଡରେ ଏହି ଛିଣ୍ଡା ପଲିଥିନ ତଳେ ଜୀବନ ବିତୁଛି । ବହୁବାର ଘର ପାଇଁ ଅନୁରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ସହାୟତା ପାଇଁ କହିଛନ୍ତି । ହେଲେ ବୃଦ୍ଧ ଦମ୍ପତିଙ୍କ ଦୁଃଖ ଶୁଣିବାକୁ କେହିନାହିଁ । କିଛି ଲୋକ ଶୀତ ଦିନର ହାଡଭଙ୍ଗା ଶୀତ ଯୋଗୁ ଖଣ୍ଡିଏ ପଲିଥିନ୍ ଟାଙ୍ଗି ଦେଇଛନ୍ତି । ଆଉ ସେିତିକିରେ ହିଁ ଅସହାୟ ଅବସ୍ଥାରେ ରହିଛନ୍ତି ଏାମାନେ । ବିଭିନ୍ନ ସ୍ଥାନରେ କହିଛନ୍ତି ତାଙ୍କ ଦୁଃଖ କାହାଣୀ । ହେଲେ ତଙ୍କର ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।

ଦୁଃଖ କଷ୍ଟରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କୁ କିଛି ସାହାଯ୍ୟ ସହଯୋଗ କରିବା ସହ ବିଭିନ୍ନ ସରକାରୀ ସହାୟତା ଯେ।।ଗାଇଦିଆଯିବା ଜରୁରୀ ହୋଇପଡିଛି ।