କନକ ବ୍ୟୁରୋ : ଦୁଇ ଖଣ୍ଡ କାଠ ଆଉ ପଲିଥିନ୍ ଟଣାଯାଇଛି । ଦିନରେ ଖରା ଆଉ ରାତିରେ ଅସହ୍ୟ ଥଣ୍ଡାରେ ପଡିରହିଛନ୍ତି ବୃଦ୍ଧା । ଏହି ନୁଆଁଣିଆ ଘରେ ରହୁଛନ୍ତି ବୃଦ୍ଧା ବତୀ ସାହୁ । ଜୀବନ ଜୀଇଁବାକୁ ବତୀଙ୍କ ଅହରହ ସଂଘର୍ଷ ଚାଲିଛି । ମନରେ ଅସୁମାରୀ ସ୍ୱପ୍ନ ଘର ଖଣ୍ଡିଏ କରିବାକୁ । ହେଲେ ସରକାରଙ୍କ ଯୋଜନା ତାଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି । ବରଗଡ ଭଟଲି ଗୋପାଳପୁର ଗାଁର ବତୀ ସାହୁ । ବୟସ ୭୦ ଉପରେ । ନାଁ ଭଲରେ ଚାଲିବୁଲି ପାରୁଛନ୍ତି ନା କିଛି ଭଲ ଭାବରେ କାମ କରିପାରୁଛନ୍ତି । ହେଲେ କାହା ଆଗରେ ହାତ ପାତିନାହାନ୍ତି । ମୁଠାଏ ଖାଇବାକୁ ସେହି ପଲିଥିନ୍ ଟଣା କୁଡିଆରେ ଅହରହ ସଂଘର୍ଷ କରିଚାଲିଛନ୍ତି । ଭୁଗାଟୁପା ତିଆରି କରି ଦିନକୁ ଯାହା ରୋଜଗାର କରନ୍ତି ତାହା ପେଟକୁ ନିଅଂଟ । ସରକାରଙ୍କୁ କିଛି ସାହାଯ୍ୟ ସହଯୋଗ ପାଇଁ ବହୁବାର ଅନୁରୋଧ କରିଥିଲେ ବି କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରିନି ।

Advertisment

ସେହିଭଳି ରେଙ୍ଗାଳି କ୍ୟାମ୍ପ କୁରାପରାରେ ମଧ୍ୟ ସମାନ ସମସ୍ୟା । ଗାଁରେ ରହୁଥିବା ପଦ୍ମ ବିଶାଲଙ୍କଠୁ ନେଇ ଆଉ କିଛି ଲେକା ମଧ୍ୟ ସେହିଭଳି ପଲିଥିନ୍ ଟାଣି ରହୁଛନ୍ତି । ପ୍ରାୟ ୧୧ଟି ପରିବାରକୁ କୌଣସି ଘର ଖଣ୍ଡିଏ ବି ମିଳିପାରିନି । । ଏମାନଙ୍କୁ କିଛି ସରକାରୀ ସହାୟତା ସହ ଘର ଖଣ୍ଡିଏ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଉପରିସସ୍ତ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି କୌଣସି ସାହାଯ୍ୟ ମିଳିପାରିନି ।

ସମସ୍ୟା ଭିତରେ ଆଉ ଦୁର୍ଦ୍ଦିନରେ ଜୀବନ ଜୀଉଁଥିବା ବୃଦ୍ଧା ବତୀଙ୍କୁ କିଛି ସାହାଯ୍ୟ ସହ ଘର ଖଣ୍ଡିଏ ଯୋଗାଇବା ଜରୁରୀ ହୋଇପଡିଛି ।