କନକ ବ୍ୟୁରୋ : ୨୪ ବର୍ଷର ଯୁବକ ଏବେ ଶଯ୍ୟାଶାୟୀ । ଜନ୍ମ ହେବା ପରଠାରୁ ଧୀରେ ଧୀରେ ତାର ମୁଣ୍ଡ ବଢିବାରେ ଲାଗିଛି । ଗୋଟିଏ ବୋଲି ପୁଅ । ବୃଦ୍ଧା ମାଆର ଆଶ୍ରା ଭରସା ପାଲଟିଥିବା ବେଳେ ଯୁବାବସ୍ଥାରେ ଶଯ୍ୟାଶାୟୀ ହୋଇପଡିଛି । ଗଜପତି ମୋହନାର ବାସୁଦେବ ବେହେରଦଳେଇ । ଦିବ୍ୟାଙ୍ଗ ହୋଇ ବିଛଣାରେ ପଡିରହିଛନ୍ତି । ଅଭାବ ଭିତରେ ରହୁଥିବା ପରିବାର କିଭଳି ପୁଅକୁ ଭଲ କରିବେ ସେ ନେଇ ବଢୁଛି ଚିନ୍ତା । ବୃଦ୍ଧା ମାଆ ଆଖିରୁ ଶୁଖୁନି ଲୁହ , କିଭଳି ପୁଅକୁ ଭଲ କରିବ । ଭଙ୍ଗାରୁଜା ଘରେ ଅନଟନ ଭିତରେ ବଂଚୁଥିବା ବେଳେ ମୂଲ ମଜୁରି ଲାଗି ପୁଅର ସେବା କରୁଛି ମାଆ । ସେପଟେ ଆଧାରକାର୍ଡ ନଥିବାବେଳେ ଖାଉଟିକାର୍ଡରେ ପଂଜିକରଣ ହୋଇପାରୁନି । ଯାହାପାଇଁ ସମସ୍ୟ।। ବଢିବାରେ ଲାଗିଛି ।

Advertisment

ଅଭାବ ଅନଟନ ଭିତରେ ରହୁଥିବା ବାସୁଦେବ ଆଉ ଜାନକୀଙ୍କ ଚଳିବା କଷ୍ଟକର ହୋଇପଡୁଛି । ମାଆର ମଜୁରୀ ପଇସାରେ ପରିବାର ଚଳିବା କଷ୍ଟକର ହୋଇପଡୁଥିବା ବେଳେ ଚିକିତ୍ସା ଯେମିତି ସ୍ୱପ୍ନ ପାଲଟିଛି । ଏହି ପରିବାରକୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯିବା ସହ ଚିକିତ୍ସା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

ଅଭାବ ଭିତର ଚିକତ୍ସା କଷ୍ଟସାଧ୍ୟ ହୋଇପଡୁଛି । ବାସୁଦେବଙ୍କ ପରିବାରକୁ କିଛି ସାହାଯ୍ୟ କରିଲେ ତାଙ୍କର ଚିକତ୍ସା ହୋଇପାରିବ । ଆଉ ପରବାରକୁ ଏକ ନୂଆ ଜୀବନ ମିଳିପାରିବ ।